ମହାପ୍ରଭୁଙ୍କ ସୁନାବେଶ

ପୁରୀ, (ନାଗରାଜ ନ୍ୟୁଜ): ଆଜି ରଥଉପରେ ଶ୍ରୀଜୀଉ ସୁନାବେଶରେ ଦର୍ଶନ ଦେଉଛନ୍ତି | ସକାଳୁ ତିନିରଥ ଉପରେ ଦୈନଦିନ ନୀତି କରାଯାଇଥିବା ବେଳେ ମଧ୍ୟାନ ଧୂପ ଓ ମଇଲମ ନୀତି ପରେ ମହଣ ମହଣ ସୁନାରେ ବିଭୂଷିତ ହୋଇଛନ୍ତି ଶ୍ରୀଜିଉ | ଗତବର୍ଷ ଦୁଇବର୍ଷ ପରେ ଚଳିତବର୍ଷ ଲକ୍ଷ ଲକ୍ଷ ଭକ୍ତଙ୍କ ଗ୍ରହଣରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଶ୍ରୀକ୍ଷେତ୍ର ଏବେ ଜନ ସମୁଦ୍ରରେ ପରିଣତ ହୋଇଛି ହେଉଛି। । ମହଣ ମହଣ ସ୍ୱର୍ଣ୍ଣାଳଙ୍କାରରେ ବିଭୂଷିତ ହୋଇ ଚତୁର୍ଦ୍ଧାମୂରତି ରଥ ଉପରୁ ଦର୍ଶନ ଦେବେ। ପ୍ରତିବର୍ଷ ହରିଶୟନ ଏକାଦଶୀରେ ମହାପ୍ରଭୁ ସୂନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି | ଆଜି ରଥ ଉପରେ ଅନ୍ଯାନ୍ଯ ନିତି ବଢି ମଧ୍ଯାନ୍ନ ଧିପ,ମଇଲମ ପରେ ଅପରାହ୍ନରେ ମେକାପ ସର୍ବାଙ୍ଗ ନୀତି ସମ୍ପର୍ଣ୍ଣ ହେବା ପରେ ଅପରାହ୍ନ 5 ଟାରୁ 6.30 ମଧ୍ୟରେ ସୁନାବେଶ ଆରମ୍ଭ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସଂନ୍ଧ୍ଯାଧୁପ ସରିବା ପରେ ସୁନାବେଶ ଓଲାଗି ହେବ। ପରେ ବଡସିଂହାର ବେଶ ହରିଶୟନ ନୀତି ପରେ ରାତ୍ର ପହୁଡ ଅନୁଷ୍ଠିତ ହେବ। ତେବେ ଶ୍ରୀଜିଉଙ୍କର ସମସ୍ତ ଚିତ୍ତାକର୍ଷକ ବେଶ ମଧ୍ଯରେ ସୁନାବେଶ ଅର୍ଥାତ ବଡତଢାଉ ବେଶ ଅନ୍ଯତମ। ମହଣମହଣ ସ୍ୱର୍ଣ୍ଣାଳଙ୍କାରରେ ବିଭୁଷିତ ହେବେ ମହାପ୍ରଭୁ ।

ଶ୍ରୀବଳଭଦ୍ର ଶ୍ରୀପୟର, ଶ୍ରୀଭୁଜ, କିରିଟି, ଘାଗଡାମାଳି, କଦମ୍ବମାଳି, କାନ କୁଣ୍ଡଳ, କମରପଟି,ଆଡକାନି, ଚନ୍ଦ୍ରିକା, ସେବତୀ ମାଳି, ବାଘନଖ ମାଳି, ବାହାଡାମାଳି, ଅସ୍ତ୍ରହଳ ଓ ମୁଷଳ, ତିଳକ, ତ୍ରୀଖଣ୍ଡିକା,ଓ ଝୋବାକଣ୍ଠି,ଆଦି ପରିଧାନ କରିଥାନ୍ତି। ଦେବୀ ସୁଭଦ୍ରାଙ୍କୁ କିରିଟି, ଓଡିଆଣି, କାନ, ଚନ୍ଦ୍ରସୂର୍ଯ୍ୟ, ଦୁଇଟି ତଗଡି,ସେବତୀ ମାଳି,ଘାଗଡାମାଳି, କଦମ୍ବମାଳି ଆଦି ପରିଧାନ କରିଥାନ୍ତି। ସେହିଭଳି ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀପୟର, ଶ୍ରୀଭୁଜ, କିରିଟି, ଆଦି ଅନେକ ସୁନା ଅଳଙ୍କାର ସହ ସ୍ୱର୍ଣ୍ଣଚକ୍ର, ରୌପ୍ଯ ଶଙ୍ଖ,କମରପଟି, କର୍ଣ୍ଣକୁଣ୍ଡଳ,ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡାମାଳି, କଦମ୍ବମାଳି, ତିଳକତ୍ରୀଖଣ୍ଡିକା, ସେବତୀମାଳି, ଝୋବା କଣ୍ଠି, ତାବିଜ ମାଳି ଓ ବାହାଡା ମାଳି ପରିଧାନ କରି ଭକ୍ତଙ୍କୁ ରଥ  ଉପରେ ସୁନା ବେଶରେ ଦର୍ଶନ ଦେବେ ମହାପ୍ରଭୁ ।138 ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାରରେ ଝଲସିବେ ଶ୍ରୀଜିଉ | ଏହି ମନମୁଗ୍ଧକର ବେଶ ବର୍ଷକରେ ଥରେ ରଥ ଉପରେ ଅନୁଷ୍ଠିତ ହେଉଥିବା ବେଳେ ଏହି ବେଶରେ ଦର୍ଶନ କଲେ ଅଶେଷ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି | ସେଥିପାଇଁ ଶ୍ରୀକ୍ଷେତ୍ରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି | 150 ପୋଲିସ ପ୍ଲାଟୁନ ସହ ଏକ ହଜାରରୁ ଉର୍ଦ୍ଧ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି | ଆସନ୍ତାକାଲି ତିନି ରଥରେ ଅଧରପଣା ନୀତି ଅନୁଷ୍ଠିତ ହେବ |

Leave a Reply

Your email address will not be published.