କୁଖ୍ୟାତ ଗ୍ୟାଙ୍ଗଷ୍ଟର ଶକିଲକୁ ତଡିପାର ପାଇଁ ଆବେଦନ କଲା କଟକ କମିଶନରେଟ୍ ପୋଲିସ

କଟକ,(ନାଗରାଜ ନ୍ୟୁଜ): କଟକ ର କୁଖ୍ୟାତ ଗ୍ୟାଙ୍ଗଷ୍ଟର ସକିଲ ସମେତ ୧୧ଜଣ ଅପରାଧୀ ଙ୍କୁ କଟକରୁ ତଡିପାର କରିବା ପାଇଁ କମିଶନର ଙ୍କ କୋର୍ଟ ରେ ଆବେଦନ କଲା କଟକ କମିଶନରେଟ୍ ପୋଲିସ । ଆସନ୍ତା ୨୮ ତାରିଖରେ କମିଶନରେଟ୍ ପୋଲିସ ମୁଖ୍ୟାଳୟରେ ହେବ ଶୁଣାଣୀ । ସେଠାରେ ପୋଲିସ ଓ ସକିଲ ଉଭୟ ରଖିବେ ପକ୍ଷ । ଯେହେତୁ ଏମାନେ ଏକାଧିକ ଅପରାଧିକ ମାମଲାରେ ଜଡ଼ିତ ଅଛନ୍ତି ତେଣୁ ଆଇନ ଶୃଙ୍ଖଳା ଦୃଷ୍ଟିରୁ ଏମାନଙ୍କୁ ତଡିପାର କରାଯିବା ପାଇଁ ଆବେଦନ କରାଯାଇଛି ।

Leave a Reply

Your email address will not be published.