କଟକ ଜିଲ୍ଲାସ୍ତରୀୟ ଯୋଗ ଅଲିମ୍ପିୟାଡ଼ ଉଦଘାଟିତ

କଟକ, (ନାଗରାଜ ନ୍ୟୁଜ): କଟକ ଜିଲ୍ଲାସ୍ତରୀୟ ଯୋଗ ଅଲିମ୍ପିୟାଡ଼ ଖାନନଗର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଉଦଘାଟିତ ହୋଇଯାଇଛି । ଦୁଇ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି ଅଲିମ୍ପିୟାଡ଼ କୁ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ନାୟକ ଉଦଘାଟନ କରି ଦୈନନ୍ଦିନ ଜୀବନରେ ଯୋଗର ଉପଯୋଗୀତା ଓ ଛାତ୍ରଛାତ୍ରୀ ମାନଙ୍କର ବୌଦ୍ଧିକ ବିକାଶ ଦିଗରେ ଏହାର ଆବଶ୍ୟକତା ଉପରେ ମୂଲ୍ୟବାନ ପରାମର୍ଶ ଦେଇଥିଲେ । ପ୍ରଧାନଶିକ୍ଷକ ଅକ୍ଷୟ କୁମାର ଷଡ଼ଙ୍ଗୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ଜିଲ୍ଲା ଶାରୀରିକ ଶିକ୍ଷା ପରିଦର୍ଶୀକା ସୌଦାମିନୀ ଦାସ ବିଶିଷ୍ଟ ଅତିଥି ଭାବରେ ଯୋଗଦେବା ସହିତ ପ୍ରତ୍ୟକ୍ଷ ଭାବରେ ଏହି ଅଲିମ୍ପିୟାଡର ସଫଳ ପରିଚାଳନା କରିଥିଲେ । ପୂର୍ବତନ ଭାରପ୍ରାପ୍ତ ଶାରୀରିକ ଶିକ୍ଷା ଅଧିକାରୀ ସୌଦାମିନୀ ଖାଡେଙ୍ଗା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅଲିମ୍ପିୟାଡ଼ ପରିଚାଳନାରେ ସହଯୋଗ କରିଥିଲେ । କ୍ରୀଡା ଶିକ୍ଷକ ଅଜୟ କୁମାର ପ୍ରଧାନ,ଅଞ୍ଜଳି ଦାସ, ସ୍ଵାତି ପ୍ରିୟଦର୍ଶିନୀ, ମମତା ସାହୁ, ବିଜୟ କୁମାର ସାହୁ, ରାଜଲକ୍ଷ୍ମୀ ସାହୁ ଜୟଧର୍ମ ସେନାପତି ପ୍ରମୁଖ ରିଶୋର୍ସ ପର୍ଶନ ଓ ବିଚାରକ ଭାବରେ ଯୋଗଦେଇ ରାଜ୍ୟସ୍ତରୀୟ ଯୋଗ ଅଲିମ୍ପିୟାଡ଼ ପାଇଁ କନିଷ୍ଠ ବାଳିକା ବିଭାଗରେ 4 ଜଣ ଓ ବାଳକ ବିଭାଗ ରେ 1 ଜଣ ଛାତ୍ର, ବରିଷ୍ଠ ବାଳିକା ବିଭାଗ ରେ 4 ଜଣ ଛାତ୍ରୀ ଓ ବାଳକ ବିଭାଗରେ 1 ଜଣ ଛାତ୍ରଙ୍କୁ ଜିଲ୍ଲା ସ୍ତରରୁ ମନୋନୀତ କରିଥିଲେ । ଶିକ୍ଷୟିତ୍ରୀ ଡ଼ ସୁଜାତା ମହାପାତ୍ର, ଶିକ୍ଷକ ରଂଜିତ ଦାସ, ପ୍ରତାପ ଆଚାର୍ଯ୍ୟ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ ।

Leave a Reply

Your email address will not be published.