କଟକ ମହାନଗର ନିଗମ ପକ୍ଷରୁ ବିଭିନ୍ନ ଗୁପ୍‌ଚୁପ୍‌ ବ୍ୟବସାୟୀଙ୍କ ଘରେ ଚଢ଼ାଉ

କଟକ, (ନାଗରାଜ ନ୍ୟୁଜ): କଟକ ସହରରେ ଅସ୍ୱାସ୍ଥ୍ୟକର ପରିବେଶରେ ଗୁପ୍‌ଚୁପ୍‌ ପ୍ରସ୍ତୁତି ଅଭିଯୋଗ ଆସିବା ପରେ ଆଜି ସକାଳୁ କଟକ ମହାନଗର ନିଗମ ପକ୍ଷରୁ ସହରର ବିଭିନ୍ନ ଗୁପ୍‌ଚୁପ୍‌ ବ୍ୟବସାୟୀଙ୍କ ଘରେ ଚଢ଼ାଉ କରାଯାଇଛି । ପ୍ରସ୍ତୁତ ହେଉଥିବା ଗୁପ୍ ଚୁପ୍ ସବୁକୁ ନଷ୍ଟ କରି ଦିଆଯାଇଛି । ଏହି ଚଢ଼ାଉରେ ସିଏମସିର ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ସଟାଇବ୍ରତ ମହାପାତ୍ର ଏବଂ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ସମେତ ସିଏମସି କର୍ମଚାରି ଚଢାଉ ଜାରି ରଖିଛନ୍ତି ।

Leave a Reply

Your email address will not be published.