ନନ୍ଦନକାନନରେ ଏକ ସିଂହୀର ମୃତ୍ୟୁ, ସାପ କାମୁଡ଼ିଥିବା ନେଇ କରାଯାଉଛି ସନ୍ଦେହ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ନନ୍ଦନକାନନରେ ଆଜି ଏକ ଆଫ୍ରିକୀୟ ସିଂହୀର ମୃତ୍ୟୁ ହୋଇଛି । ସିଂହୀର ନାମ ଗଙ୍ଗା । ବୟସ ୧୫ ବର୍ଷ । ସିଂହୀ ଗଙ୍ଗାକୁ ୨୦୧୫ ମସିହାରେ ଇସ୍ରାଏଲରୁ ଅଣାଯାଇଥିଲା । ଏବଂ ଆଜି ସକାଳେ ତାର ମୃତ୍ୟୁ ଘଟିଛି । ପାହାଡ଼ି ଚିତି ବୋଡା ସାପ କାମୁଡିବା ଯୋଗୁଁ ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରାଯାଉଛି। ସିଂହୀ ବିନି ଖୁଆଡ଼ରୁ ସାପ ଧରାଯାଇଥିବା ନନ୍ଦନକାନନର ବରିଷ୍ଠ ଚିକିତ୍ସକ ଶରତ ମିଶ୍ର ସୂଚନା ଦେଇଛନ୍ତି । ସିଂହୀ ଗଙ୍ଗାର ମୃତ୍ୟୁ ପରେ ନନ୍ଦନକାନନରେ ଏସିଆଟିକ୍ ସଂହ ୮ ଟି, ହାଇବ୍ରିଡ୍ ୭ଟି ଓ ଆଫ୍ରିକୀୟ ସିଂହ ଗୋଟେ ରହିଛି । ନନ୍ଦନକାନନରେ ସମୁଦାୟ ସିଂହ ସଂଖ୍ୟା ୧୬ ରହିଛି ।

Leave a Reply

Your email address will not be published.