ବାଲେଶ୍ବର, (ନରେନ୍ଦ୍ର ପ୍ରସାଦ ବେହେରା): ଗତକାଲି ସିପିଆଇଏମ ତରଫରୁ ଖଇରା ବ୍ଲକ ଅଫିସ ସମ୍ମୁଖରେ ଶ୍ରମିକ, କୃଷକ ଓ କ୍ଷେତ ମଜଦୁର ମାନଙ୍କର ୧୦ ଟି ମୌଳିକ ଦାବିକୁ ନେଇ ଏକ ସତ୍ୟାଗ୍ରହ (ଆନ୍ଦୋଳନ) କାର୍ଯ୍ୟକ୍ରମ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ସାଥୀ ଜଗଦାନନ୍ଦ ମହାପାତ୍ର, ସନ୍ତୋଷ କୁମାର ସାହୁ, ବସନ୍ତ ମାଝୀ, ଭଗବାନ ଦାସ, ପ୍ରଶାନ୍ତ ପରିଡ଼ା, ପ୍ରଶାନ୍ତ ବାରିକ, ଉତ୍ତମ ଦାସ, ଉପେନ୍ଦ୍ର ଦାସ, ଓ ଅନ୍ୟ ସାଥୀମାନେ। ଏଥିରେ ସମସ୍ତ ବକ୍ତାମାନେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିବି ସହିତ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଖଇରା ବ୍ଲକ ବିଡ଼ିଓ ପର୍ଶୁରାମ ପଣ୍ଡାଙ୍କୁ ପ୍ରଦାନ କରାଯାଇଥିଲା ।