ଦେଓଂଗା ସରପଞ୍ଚଙ୍କ ପ୍ରଥମ କରି ପଞ୍ଚାୟତ ଗୃହରେ ପ୍ରବେଶ

ଢେଙ୍କାନାଳ, (ନାଗରାଜ ନ୍ୟୁଜ ): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ଦେଓଂଗା ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ବିଜୟ ଦେହୁରୀ ଓ ସହକର୍ମୀ ମାନଙ୍କୁ ନେଇ ଗ୍ରାମ ପରିଭ୍ରମଣ କରି ସାରିବା ପରେ ଯଥାବିଧି ଅନୁସାରେ ପଞ୍ଚାୟତ ଗୃହକୁ ପ୍ରବେଶ କରିଥିଲେ । ଏବଂ ପରେ ସରପଞ୍ଚ ଓ ୱାର୍ଡ ମେମ୍ବର ମାନଙ୍କୁ ନେଇ ନାଏବ ସରପଞ୍ଚ ଗଠନ କରିଥିଲେ । ଏଥିରେ ସାବିତ୍ରୀ ଦାସଙ୍କୁ ନାଏବ ସରପଞ୍ଚ ଭାବେ ମନୋନୀତ କରାଗଲା । ସରପଞ୍ଚ ଦେହୁରୀ ପଞ୍ଚାୟତରେ କିପରି ଉନତିମୂଳକ କାର୍ଯ୍ୟ କରାଯିବ ସେଥିନିମନ୍ତେ ଆଲୋଚନା କରିଥିଲେ ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.