ପୁରୀରେ ଜିଲ୍ଲା ସ୍ତରୀୟ ଵିଜ୍ଞାନ ମେଳା ଉଦଯାପିତ

ପୁରୀ, (ନାଗରାଜ ନ୍ୟୁଜ): ପୁରୀରେ ଜିଲ୍ଲା ସ୍ତରୀୟ ଵିଜ୍ଞାନ ମେଳା ଉଦଯାପିତ ହୋଇଛି। ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ। ପୁରୀ ର ବିଶ୍ବମ୍ବର ଉଚ୍ଚ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ପ୍ରଥମେ ପହଂଚିବା ପରେ ଵିଜ୍ଞାନ ମେଳାର ବିଭିନ୍ନ ଛାତ୍ରଛାତ୍ରୀ ଦ୍ୱାରା ପ୍ରଦର୍ଶିତ ହୋଇ ଥିବା ବିଭିନ୍ନ ମଡେଲ ବୁଲି ଦେଖି ଥିଲେ । ପରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ରେ ଯୋଗ ଦେଇଥିଲେ। ଗଣଶିକ୍ଷା ମନ୍ତ୍ରୀ କହିଥିଲେ ଗତ ଦୁଇ ବର୍ଷ ହେବ କୋଭିଡି ମହାମାରୀ ଯୋଗୁ ସ୍କୁଲ ଗୁଡ଼ିକ ରେ ବିଜ୍ଞାନ ମେଳା ବନ୍ଦ ରହିଥିଲା । ତେବେ ସ୍ଥିତି ସ୍ଵାଭାବିକ ପରେ ଏବେ ସ୍କୁଲ ଗୁଡ଼ିକ ରେ ଵିଜ୍ଞାନ ମେଳା ଆୟୋଜନ କରାଯାଉଛି। ଏହା ଦ୍ୱାରା ଵିଜ୍ଞାନ ପ୍ରତି ଛାତ୍ରଛାତ୍ରୀ ଙ୍କ ରୁଚି ବଢିବ । ରାଜ୍ୟ ସରକାରଙ୍କ 5 ଟି ଅଧୀନ ରେ ରୂପାନ୍ତରିତ ସ୍କୁଲ ଗୁଡିକ ରେ ଵିଜ୍ଞାନ ଗାର ଉପରେ ଗୁରୁତ୍ୱ ଦିଆଯାଇଛି । ଛାତ୍ରଛାତ୍ରୀ ଙ୍କ ପାଇଁ ସ୍ମାର୍ଟ କ୍ଲାସ ରୁମ ସମେତ ଲାବ୍ରୋଟୋରୀ ଖୋଲା ଯାଇଛି । ସାରା ରାଜ୍ୟ ରେ ପ୍ରଥମ ପର୍ଯ୍ୟାୟରେ ସାଢ଼େ 5 ହଜାର ସ୍କୁଲ କୁ 5 ରି ରୂପାନ୍ତରିତ ସ୍କୁଲ କରାଯାଇଛି । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ସାଢ଼େ 3 ହଜାର ସ୍କୁଲ କୁ ଖୁବ ଶୀଘ୍ର 5 ଟି ରୂପାନ୍ତରିତ ସ୍କୁଲ ରେ ପରିଣତ କରାଯିବା ନେଇ ଲକ୍ଷ୍ୟ ରହିଥିବା ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ସେହିପରି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ହେତୁ ଗ୍ରୀଷ୍ମ ଛୁଟି ରେ ପରିବର୍ତ୍ତନ କରାଯିବ କି ନାହିଁ ସେ ନେଇ ଗଣଶିକ୍ଷା ବିଭାଗ ତର୍ଜମା କରୁଛି । ଖୁବ ଶୀଘ୍ର ଏ ନେଇ ନିଷ୍ପତ୍ତି ନିଆଯିବ ।

Leave a Reply

Your email address will not be published.