ହାତୀ ନେଲା ଜୀବନ

ବାଲେଶ୍ଵର, (ନାଗରାଜ ନ୍ୟୁଜ): ହାତୀ ନେଲା ପୁଣି ଏକ ଜୀବନ । ଏପରି ଏକ ଘଟଣା ଘଟିଯାଇଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ବାଉଁଶଗଡିଆ ପଞ୍ଚାୟତ ୩ ନମ୍ବର ୱାର୍ଡରେ । ଖବର ସଂଗ୍ରହରୁ ଜଣାଯାଇଛି ଯେ ଉକ୍ତ ଗ୍ରାମର କିଛି ଲୋକ ମିଳିମିଶି ନିକଟସ୍ଥ ମହୁଲପଙ୍ଖାକୁ ବାହୁଡା ଯାତ୍ରା ଦେଖିବା ପାଇଁ ଯାଇଥିଲେ । ସେଠାରୁ ଫେରିବା ସମୟରେ ରାତି ପ୍ରାୟ ୮ ଘଟିକାର ଉକ୍ତ ୱାର୍ଡର ବାଲେଶ୍ଵର ଓ କେନ୍ଦୁଝର ସୀମାରେ ହାତୀର ସାମ୍ନାସାମ୍ନି ହୋଇଥିଲେ । ଚିତ୍କାର କରି କେତେଜଣ ଦୌଡ଼ି ପଳାଇ ଥିବା ବେଳେ ଦ୍ରୌପଦୀ ହୋ ଯାଇପାରି ନଥିଲେ । ଫଳରେ ହାତୀ ଶୁଣ୍ଢରେ ଘୋଷାରି ଆଣି ମାଡି ଦେଇଥିଲା । ଘଟଣା ସ୍ଥଳରେ ଶ୍ରୀମତୀ ହୋ ପ୍ରାଣ ହରାଇ ଥିଲା । ମୃତ ହୋ ର ବୟସ ପ୍ରାୟ ୪୫ ବର୍ଷ ବୟସ ହେବ । ତାଙ୍କର ସ୍ବାମୀ ଓ ୨ ପୁଅ ଅଛନ୍ତି । ବାରମ୍ବାର ଏଭଳି ହାତୀ ଆକ୍ରମଣରେ ଜନସାଧାରଣଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ବାସିନ୍ଦା ମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ସରକାରଙ୍କ ତରଫରୁ ଶ୍ରୀମତୀ ହୋ କୁ ସରକାରୀ ସହାୟତା ଯୋଗାଯୋଗ ଦେବା ସହିତ ସ୍ଥାୟୀ ପ୍ରତିକାର କରିବା ପାଇଁ ୩ ନମ୍ବର ବାସୀନ୍ଦା ମାନେ ଦାବି କରିଛନ୍ତି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.