ହାତୀ ଦେହରେ ବାଜିଛି ଗୁଳି

କଟକ,(ନାଗରାଜ ନ୍ୟୁଜ): ନିରୀହ ହାତୀ ଦେହରେ ବାଜିଛି ୧୦ ଗୁଳି । ନରସିଂହପୁର ଜଙ୍ଗଲରେ ବୁଲୁଛି ଗୁଳିବିଦ୍ଧ ଦନ୍ତା ଏକ ହାତୀ । ମିଳିଥିବା ସୂଚନା ଅନୁସାରେ ପଶ୍ଚିମ ବନ ବିଭାଗ ଅଧିନ ଜୟପୁର ଠାରେ ଏକ ଦନ୍ତା ହାତୀ ଶରୀରରେ ୧୦ଟି ଗୁଳି ବାଜିଥିବା ଜଣା ପଡିଛି । ଏବଂ ଗୁଳିବିଦ୍ଧ ଏହି ଦନ୍ତା ହାତୀ ଯନ୍ତ୍ରଣାରେ ଛଟପଟ ହେବା ସହ ଘୁରି ବୁଲୁଛି । ଶିକାରୀ ହିଁ ଗୁଳି ମାରିଥିବା ସ୍ପଷ୍ଟ ହୋଇଛି । ସେପଟେ ହାତୀଟିର ବୟସ ୮ ରୁ ୧୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।

ହାତୀର ଶୁଣ୍ଢ, ମୁହଁ ଓ ଆଗ ଡାହାଣ ଗୋଡରେ ଲାଗିଛି ଗୁଳି । ଯାହା ଫଳରେ ସେ ଯନ୍ତ୍ରଣା ଭୋଗୁଛି । ହାତୀଟି ଅସୁସ୍ଥ ଅବସ୍ଥାରେ ଜଙ୍ଗଲରେ ବୁଲୁଥିବା ଖବର ପାଇଥିଲେ ବନ ବିଭାଗ ଅଧିକାରୀ । ପରବର୍ତ୍ତୀ ସମୟରେ ତତକ୍ଷଣାତ୍ ନରସିଂହପୁର ପ୍ରାଣୀ ଚିକିତ୍ସା ଅଧିକାରୀ ବିଜୟ କୁମାର ସେନାପତି ହାତୀଟିର ପ୍ରାଥମିକ ଚିକିତ୍ସା କରିଛନ୍ତି । ଏକ ମାସ ହେବ ଏହିପରି ଆହତ ଅବସ୍ଥାରେ ହାତୀଟି ଘୁରି ବୁଲୁଥିବା ସ୍ଥାନୀୟ ଲୋକେ କହିଛନ୍ତି ।

Leave a Reply

Your email address will not be published.