ମୃତ ଚାଷୀଙ୍କ ପରିବାରକୁ ମିଳିଲା 5 ଲକ୍ଷ ଟଙ୍କାର ବିମାରାସି

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଗୋଳିହା ସେଵା ସମବାୟ ଅଧିନ ଦାମୋଦରପୁର ଗ୍ରାମରେ ସର୍ପ ଘାତରେ ମୂର୍ତ୍ତୁ ବରଣ କରିଥିବା ଚାଷୀ ମରୁତ ପଣ୍ଡା ଙ୍କପତ୍ନୀ ଆରତୀଲତା ପଣ୍ଡା ଙ୍କୁ ବୀମା ସହାୟତା ରାଶି ବାଵଦାକୁ 5 ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଛି . ଶୁକ୍ରବାର ଅପରାହ୍ନରେ ବାଲେଶ୍ବର ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଖଇରା ଶାଖାର ପରିଚାଳକ ନିଶିକାନ୍ତ ମଣ୍ଡଳ ଶାଖା କାର୍ଯ୍ୟ ପରିସରରେ ଏହି ଚେକ ପ୍ରଦାନ କରିବା ଅବସରରେ ମାତ୍ର 2 ଶହ ଟଙ୍କାର ପ୍ରିମୀୟମ ଦେଇ ପ୍ରତେକ ଚାଷୀ ମାନେ ଏହି ବୀମାର ଲାଭ ନେବାପାଇଁ ପରାମର୍ଶ ଦେଇଥିଲେ . ସମିତି ସମ୍ପାଦକ ପ୍ରସାନ୍ତ ନାୟକ, ସହ ପରିଚାଳକ ପ୍ରଦୀପ ବେହେରା ପ୍ରମୁଖ ଉପସ୍ଥିତ ଥିଲେ . ସ୍ୱାମୀ ଙ୍କ ମୃତ୍ୟୁ ପରେ ସମିତି ତରଫରୁ ଦିଆଯାଇଥିବା ଏହି ଅର୍ଥିକ ସହାୟତା ତାଙ୍କର ଏହି ଅଭାବ ସମୟରେ ଅତ୍ୟନ୍ତ ଜରୁରୀ . 2021 ମସିହା ଜୁଲାଇ 25 ତାରିଖରେ ଚାଷୀ ମରୁତ ପଣ୍ଡା ସର୍ପଘାତରେ ମୃତ୍ୟୁ ବରଣ କରିଥିଲେ .

ବାଲେଶ୍ବର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.