ସାମ୍ବାଦିକଙ୍କ ଗୋଡରେ ବେଡି ପକାଇବା ଘଟଣାକୁ ନିନ୍ଦା କରିଛି ଆଦିବାସୀ କଲ୍ୟାଣ ମହାସଂଘ

ବଲାଙ୍ଗୀର, (ନାଗରାଜ ନ୍ୟୁଜ): ଚିକିତ୍ସାଧୀନ ଅବସ୍ଥାରେ ସାମ୍ବାଦିକ ଙ୍କୁ ଗୋଡରେ ବେଡି ପକାଇବା ଘଟଣା ଏକ ଧର୍ତ୍ତବ୍ୟ ଅପରାଧ । ଅପରାଧୀ କୁ ତୁରନ୍ତ ଗିରଫ ଦାବୀ କରିବାକୁ ଆଦିବାସୀ ମହାସଂଘ ଦାବୀ କରିଛି । ବାଲେଶ୍ୱର ଜ଼ିଲ୍ଲା ନୀଳଗିରି ବ୍ଲକ ର କନକ ନିୟୁଜ ଏବଂ ସମ୍ବାଦ ଖବର କାଗଜ ର ସାମ୍ବାଦିକ ଲୋକନାଥ ଦଳେଇ ଙ୍କୁ ଆକ୍ରୋଶ ମୂଳକ ଭାବରେ ଗିରଫ କରିବା ସହିତ ହସ୍ପିଟାଲ ରେ ଚିକିତ୍ସା ବେଳେ ତାଙ୍କ ଗୋଡ ରେ ଲୁହା ବେଡି ପକାଇଥିଲା । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ରେ କାର୍ଯ୍ୟରତ ସମ୍ବାଦ ପ୍ରତିନିଧି ପ୍ରତି ପୋଲିସ ର ଅମାନବିକ କାର୍ଯ୍ୟାନୁଷ୍ଠାନ ,ବର୍ବୋରୋଚିତ ବ୍ୟବହାର ,ନୃଶଂସ ନିର୍ଯାତନା କୁ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ଘୋର ନିନ୍ଦା କରିଛି । ଗଣତନ୍ତ୍ର ର ଜାଗ୍ରତ ପ୍ରହରୀ ଶ୍ରୀ ଦଳେଇ ଙ୍କୁ ହସ୍ପିଟାଲରେ ଗୋଡ଼ରେ କଡ଼ି ପକାଇଥିବା ହାବିଲଦାର,ଭାରପ୍ରାପ୍ତ ଥାନା ଅଧିକାରୀ ଙ୍କୁ ଗିରଫ କରିବା କୁ ମହାସଂଘ ର ମହାସଚିବ ନିରଞ୍ଜନ ବିଶି ଦାବୀ କରିଛନ୍ତି ।

Leave a Reply

Your email address will not be published.