ଶାନ୍ତିଶୃଙ୍ଖଳା ସହିତ ପାଳନ କରାଗଲା ମହରମ୍ ପର୍ବ

ସୁନ୍ଦରଗଡ଼,(ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ସହରରେ ଗତକାଲି ଶାନ୍ତିଶୃଙ୍ଖଳା ସହିତ ମହରମ୍ ପର୍ବ ପାଳିତ ହୋଇଯାଇଛି।ଆଇନ ପରିସ୍ଥିତି କୁ ଦୃଷ୍ଟିରେ ରଖି ପଶ୍ଚିମାଞ୍ଚଳ DIG ନୀତିଶ୍ ଶେଖର ଏବଂ ସୁନ୍ଦରଗଡ଼ SP ସାଗରିକାନାଥ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ୧୫ ପ୍ଳାଟୁନ ପୋଲିସ ଫୋର୍ସ,୧୦ ଜଣ DSP ଏବଂ ୬୦ରୁ ଉର୍ଦ୍ଧ୍ବ ପୋଲିସ ଅଧିକାରୀ ମୁତୟନ କରାଯାଇଥିଲା । ରାଜଗାଙ୍ଗପୁର ସହରରେ ସବୁଧର୍ମ ଏବଂ ଜାତିର ଲୋକ ବସବାସ କରୁଥିବା ବେଳେ ସବୁ ଧର୍ମର ପର୍ବ କୁ ସମସ୍ତେ ଭାଇଚାରା ସହିତ ମିଳିମିଶି ପାଳନ କରିଥାନ୍ତି । ଆଜି ଏହି ମହରମ୍ ପର୍ବ କୁ ମଧ୍ୟ ହିନ୍ଦୁ, ଖ୍ରୀଷ୍ଟିଆନ,ଶିଖ୍ ସମସ୍ତେ ମିଳିମିଶି ପାଳନ କରିଥିଲେ। ଏହି ପର୍ବରେ ମୋଟ ୯ ଗୋଟି ଆଖଡ଼ା ଯୋଗଦେଇଥିଲେ। ଗତ ଦୁଇବର୍ଷ ହେବ କରୋନାକଟକଣା ଯୋଗୁଁ ଏହିପର୍ବ ପାଳନ କରାଯାଇନଥିବା ବେଳେ, ଚଳିତ ବର୍ଷ କରୋନାକଟକଣା ହଟିବା ରୁ ଅତି ଧୁମ୍ ଧାମରେ ରେ ରାଜଗାଙ୍ଗପୁର ସହରରେ ଆଜି ପାଳନ କରାଯାଇଥିଲା ।

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ 

Leave a Reply

Your email address will not be published.