ହୋହାଲ୍ଲା ଓ ଯୁକ୍ତି ତର୍କ ମଧ୍ୟରେ ଶେଷ ହେଲା ବାଲିଆପାଳ ପଞ୍ଚାୟତ ସମିତିର ପ୍ରଥମ ବୈଠକ

ବାଲେଶ୍ବର,(ନାଗରାଜ ନ୍ୟୁଜ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ବାଲିଆପାଳ ବ୍ଲକ ସଭାଗୃହ ମଧ୍ୟରେ ବାଲିଆପାଳ ପଞ୍ଚାୟତ ସମିତିର ପ୍ରଥମ ବୈଠକ ହାହୋଲ୍ଲା କଥା କଟାକଟି ମଧ୍ୟରେ ଶେଷ ହୋଇଇଛି । ବାଲିଆପାଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ବାଲିଆପାଳ ବିଡ଼ିଓ ଦୀପକ କୁମାର ଦାଶ, ଉପାଧ୍ୟକ୍ଷ ରାଜେଶ ଚୌଧୁରୀ, ସାଂସଦ ପ୍ରତିନିଧି ମହେଶ୍ବର ଜେନା, ଜିଲ୍ଳାପରିଷଦ ସଦସ୍ୟ ବାବାଜୀ ଦେହୁରୀ, ବେଣୁଧର ଜେନା, ନିଶାକର ସେଠୀ ଓ ଜିଲ୍ଳାପରିଷଦ ସଦସ୍ୟା କାଞ୍ଚନବାଳା ଜେନାଙ୍କ ଉପସ୍ଥିତିରେ ବୈଠକ ହୋଇଥିଲା l ବାଲିକୁଟି ସରପଞ୍ଚ ଯଶୋଦାମଣି ଧଳ, ସଦସ୍ୟା ଶୁଚିସ୍ମିତା ଦେଙ୍କ ସହିତ ସମସ୍ତ ନବନିର୍ବାଚିତ ସରପଞ୍ଚ ଓ ସମିତି ସଦସ୍ୟ/ ସଦସ୍ୟାଙ୍କ ସହିତ ବ୍ଲକର କର୍ମଚାରୀ ଉପସ୍ଥିତ ଥିଲେ l ଲାଇନ ଡିପାଟମେଣ୍ଟର ଅଫିସର ଓ ଖାଉଟି ଅଧିକାରୀ ଏମ ଆଇ ଉପସ୍ଥିତ ରହି ନଥିଲେ । ଅଧିବେସନର ପ୍ରଥମ ପର୍ଯ୍ୟାୟରେ ବ୍ଲକ ପକ୍ଷରୁ ସମସ୍ତ ନବ ନିର୍ବାଚିତ ସମିତି ସଦସ୍ୟ/ ସଦସ୍ୟା , ସରପଞ୍ଚଙ୍କ ସହିତ ନିମନ୍ତ୍ରିତ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ ପରେ ସମସ୍ତ ନିର୍ବାଚିତ ଜନ ପ୍ରତିନିଧି ମାନେ ଶପଥ ଗ୍ରହଣ କରିଥିଲେ । ଏଜେଣ୍ଡା ଅନୁସାରେ ପ୍ରଥମେ ଯୋଗାଣ ବିଭାଗ ଓ ଖାଉଟି ବିଭାଗର ଆଲୋଚନ ଚାଲିଥିବା ବେଳେ ବଣିଆଡ଼ିହା ପଞ୍ଚାୟତର ସଦସ୍ୟ କଟି ମାରାଣ୍ଡି ନିଜ ପଞ୍ଚାୟତରେ ଗତ ୨୪/୪ରେ କେନ୍ଦ୍ର ପଞ୍ଚାୟତରାଜ ଦିବସ ପାଳନ ଅବସରରେ ସରପଞ୍ଚ କାଳୀଚରଣ ଜେନା ସଦସ୍ୟ ଶ୍ରୀ ମାରାଣ୍ଡି ଙ୍କୁ ସଭାରୁ ବାହାର କରିଦେଇଥିବା କଥା ବୈଠକରେ ଉଠାଇବାରୁ ବିଡିଓ ଶ୍ରୀ ଦାସ ଉକ୍ତ କଥା ପରେ ଆଲୋଚନା ହେବ ବୋଲି କହିବାରୁ ହାହୋଲ୍ଲା ଆରମ୍ଭ ହୋଇଥିଲା । ବିଧାୟକ ନିତ୍ୟାନନ୍ଦ ସାହୁ ନିଜ ସମର୍ଥିତ ସରପଞ୍ଚ, ସମିତି ସଦସ୍ୟ, ଜିଲ୍ଲା ପରିଷଦ ସଦସ୍ୟଙ୍କୁ ନେଇ ସଭାଗୃହ ତ୍ୟାଗ କରିଥିଲେ । ମାତ୍ର ବିଡିଓ ଓ ବ୍ଲକ ଅଧକ୍ଷା ବିଧାୟକଙ୍କୁ କିଛି ସମୟରେ ଡାକିନେବା ପରେ ପୁଣି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ହାହୋଲ୍ଲା ମଧ୍ୟରେ ଯୋଗାଣ ଓ ଖାଉଟି ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଆବାସ ଯୋଜନା, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନ ହୋଇଥିଲା । ବିଭିନ୍ନ ପଞ୍ଚାୟତରେ ବିଭିନ୍ନ ସମସ୍ୟା, ଲୋକ ମାନଙ୍କର ସମସ୍ୟା ବିଷୟର ଆଲୋଚନ ହେବା ପରେ ବିଡ଼ିଓ ଶ୍ରୀ ଦାଶ ସମସ୍ତ କାର୍ଯ୍ୟ ତଦନ୍ତ କରାଯାଇ ସମାଧାନ କରାଯିବ ବୋଲି କହିଥିଲେ । ଉପାଧ୍ୟକ୍ଷ ରାଜେଶ ଚୌଧୁରୀଙ୍କ ଧନ୍ୟବାଦ ଅର୍ପଣ ପରେ ସଭା ଭଙ୍ଗ କରଯାଇଥିଲା ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.