ବନ୍ୟା ଛଡ଼ାଇ ନେଲା ଚାଷୀର ସୁନାର ଫସଲ

ବାଙ୍କୀ,(ନାଗରାଜ ନ୍ୟୁଜ): ମାଡ଼ି ଆସିଲା ପ୍ରଳୟଙ୍କାରି ବନ୍ୟା । ଛଡ଼ାଇ ନେଲା ଚାଷୀର ସୁନାର ଫସଲ । ଲଗାଣ ବର୍ଷା ଯୋଗୁଁ ମହାନଦୀରେ ବଢ଼ି ପାଣି ଆସି ମାଡ଼ିଗଲା ଚାଷଜମି । ଧୋଇନେଲା ଧାନ ଆଉ ପରିବା । ଚାଷୀ ଏବେ ଖାଇବ କଣ ବଞ୍ଚିବ କିପରି । ଧାର୍ କରଜ ଶୁଝିଵ କେଉଁଠୁ । ପରିବା ଅମଳ ସାଙ୍ଗକୁ ଧାନ ସଲଖି ଆସିବା ବେଳକୁ ଦାଉ ସାଜିଲା ବନ୍ୟା । ଏବେ କେବଳ ସରକାରୀ ସହାୟ ତାକୁ ଅପେକ୍ଷା । ବାଙ୍କୀ ର ବହୂ ଅଞ୍ଚଳ ହଜାର ହଜାର ଏକର ଜମିରେ ଜମି ରହିଛି ବନ୍ୟା ଜଳ । ଏଥି ମଧ୍ୟରୁ ବିଶେଷ ହେଉଛି ଏ ଘଟଣା ହେଉଛି ବାଙ୍କୀ ବ୍ଲକ ରାଜୀବ ଗ୍ରାମର ଦୃଶ୍ୟ । ଏଠିକାର ଚାଷୀ କେବଳ ଚାଷ ଉପରେ ନିର୍ଭର କରି ଚଳନ୍ତି । ହେଲେ ଧାନ କଳା ବୁଲି ଆସିବା ବେଳକୁ ବଢ଼ି ପାଣି ସାଜିଲା ଦାଉ ।

Leave a Reply

Your email address will not be published.