ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାର୍ଷିକ ଉତ୍ସବ ନିମନ୍ତେ ସାମ୍ବାଦିକ ସମ୍ମିଳନୀ ଡାକିଲା ବାଲେଶ୍ଵର ଜିଲ୍ଲା ଖଇରା ପ୍ରତିଭା ପରିବାର । ଚଳିତ ବର୍ଷ ଏପ୍ରିଲ ମାସ ୨ ଓ ୩ ତାରିଖରେ ଅନୁଷ୍ଠିତ ହେବାନେଇ ସାମ୍ବାଦିକ ମାନଙ୍କୁ ଅବଗତ କରାଇଥିଲା ପରିବାର । ନାଚ, ଗୀତ, ଶଙ୍ଖ ଧ୍ବନି ସହିତ ବିଭିନ୍ନ ପ୍ରତିଯୋଗିତାକୁ ନେଇ ୨ ଦିନଧରି ଶାନ୍ତି ଶୃଙ୍ଖଳାର ସହିତ ଉତ୍ସବ ହେବ ବୋଲି ଆଲୋଚନା ହୋଇଥିଲା । ଏଥିରେ କାର୍ଯ୍ୟରତ ସାମ୍ବାଦିକମାନେ ଉପସ୍ଥିତ ଥିଲେ । ଉକ୍ତ ସମ୍ମିଳନୀ ଖଇରା ବ୍ଲକ ପରିସରରେ ଥିବା ଶିକ୍ଷକ ଭବନ ଗୃହ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପରିବାରର ସଦସ୍ୟ ମାନଙ୍କ ମଧ୍ୟରେ ସଦସ୍ୟ ତଥା ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା, ବିମନ କୁମାର ବାରିକ, ପ୍ରଶାନ୍ତ କୁମାର ଦାସ, କୁମମଣି ଦେଇ, ଚିନ୍ମୟ ମହାପାତ୍ର, ନିରାନନ୍ଦ ମିଶ୍ର, ଶ୍ଯାମସୁନ୍ଦର ପଣ୍ଡା, ଅଭିରାମ ମହାପାତ୍ର, ଦେବେନ୍ଦ୍ର କୁମାର ରାଉତ, ଚନ୍ଦ୍ରଶେଖର ପଣ୍ଡା, ଦ୍ବାରିକା ନାଥ ଶତପଥୀ, ବିଷ୍ଣୁ ପ୍ରସାଦ ମିଶ୍ର, ରଘୁନାଥ ପତ୍ରୀ, ସ୍ନେହଲତା ପରିଡ଼ା ପ୍ରମୁଖ ଅନେକ ସଦସ୍ୟ/ସଦସ୍ୟା ଉପସ୍ଥିତ ଥିଲେ । ସନାତନ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପରିଚାଳନା କରିଥିଲେ ଉମେଶ ଚନ୍ଦ୍ର ନାୟକ । ଶେଷରେ ରଘୁନାଥ ପତ୍ରୀଙ୍କ ଧନ୍ୟବାଦ ଅର୍ପଣ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।
ବାଲେଶ୍ଵର ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ