ଧରା ପଡିଲା ସରକାରଙ୍କ ବସୁଧା ଯୋଜନା

ଖଇରା,(ନାଗରାଜ ନ୍ୟୁଜ): ବରୁଏଲ ତିଆରି ସରିବା ପରେ ପାଣିର ନାଆଁ ଧରୁନି ସରକାରଙ୍କ ବସୁଧା ଯୋଜନା ଆଜି ପ୍ରହସନ ରେ ପରିଣତ,ଏଭଳି ଏକ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଳକର ନନ୍ଦୋର ପଞ୍ଚାୟତର ମଠନୁଆଗାଁ ଗ୍ରାମରେ।ସରକାରଙ୍କ ବସୁଧା ଯୋଜନା ଏକ ଜନକଲ୍ୟାଣ ଯୋଜନା ଏଥିରେ ତିଳେହେଁ ମାତ୍ର ସନ୍ଦେହ ନାହିଁ । ହେଲେ ଯୋଜନା ମାଳମାଳ କିନ୍ତୁ ଫଳ ଶୁନ । ମଠନୁଆଁଗାଁ ଏକ ବନ୍ୟା ପ୍ରପିଡିତ ଗାଁ, ୩ ଗୋଟି ୱାର୍ଡ କୁ ନେଇ ଏହି ଗାଁ ଟି ଅବସ୍ଥିତ। ବନ୍ୟା ଅଞ୍ଚଳ ହୋଇଥିବାରୁ ପାନୀୟ ଜଳ ଏହି ଗାଁ ର ଏକ ପ୍ରମୁଖ ସମସ୍ୟା। ଜଣେ ସରପଞ୍ଚ ଯିବାପରେ ଆଉ ଜଣେ ସରପଞ୍ଚ କାର୍ଯ୍ୟଭାର ଗ୍ରହଣ କରିବାକୁ ପ୍ରାୟ ୬ ମାସ ହେଲାଣି l କାହାରି ଆଖିକୁ ଗ୍ରାମବାସୀଙ୍କ ଦୁଃଖ ଦେଖାଯାଉନାହିଁ। କିଏ ଶୁଣିବ ଦୁଃଖ, ଥରେ ନଜର ପକାନ୍ତୁ ଏଇ ବିଯୁଆଲ କୁ l ଏହି ଟାଙ୍କି ଟି ୩ ବର୍ଷ ହେବ ହେଲାଣି କିନ୍ତୁ ଏ ପର୍ଯ୍ୟନ୍ତ ଟାଙ୍କୀ ଟି ସମ୍ପୂର୍ଣ ହେବାର ନାଆଁ ଧରୁନି l ପାଣି ପିଇବା ତ ଦୂରର କଥା ହେଲେ ଚାଷ ଜମି ରେ ପାଣି ଅଭାବରୁ ବିଲରେ ମାଟି ଫାଟିକି ଆଁ କଲାଣି। ଚାଷ ଜମିକୁ ପାଣି କେମିତି ସୁବିଧା ହେବ ଏହା ଲୋକ ମାନଙ୍କର ମୌଳିକ ସମସ୍ୟା l ଗ୍ରାମବାସୀଙ୍କ ମୁଖ୍ୟ ସମସ୍ୟା ଯେ ପାଣି ମିଳିବା ତ ଦୂରର କଥା ହେଲେ ଚାଷ ଜମିକୁ କିଭଳି ପାଣି ଆସିବ ତାହା ସେମାନଙ୍କର ମୂଳ ସମସ୍ୟା,ପିଇବା ପାଣି କାହାରି ଭାଗ୍ୟରେ ନାହିଁ। ଆଗାମୀ ଦିନରେ ସରକାର ଏଥି ପ୍ରତି ଯଦି ସୁଦୃଷ୍ଟି ନଦେବେ ତାହେଲେ ଯୁବନେତା ବୈକୁଣ୍ଠ ସାମଲ ଙ୍କ ତତ୍ତ୍ଵାବଧାନରେ ଗ୍ରାମବାସୀମାନେ ରାଜ ରାସ୍ତା କୁ ଉଲ୍ହେଇବେ ବୋଲି ଚେତାବନୀ ଦେଇଛନ୍ତି। ଆଶା କରୁଛୁ ମାନ୍ୟବର ଫାଇବଟି ସଚିବ ,ମାନ୍ୟବର ବିଭାଗୀୟ ମନ୍ତ୍ରୀ ଏଥି ପ୍ରତି ସୁଦୃଷ୍ଟି ଦେବାକୁ ସର୍ବସାଧାରଣରେ ଦାବି ହେଉଛି।

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.