ବିଶ୍ୱଶାନ୍ତି ମହା ଯଜ୍ଞ ଅନୁଷ୍ଠିତ

ବାଲେଶ୍ୱର, (ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ବଣିଆଡିହା ଗ୍ରାମ ପଞ୍ଚାୟତ ଲଙ୍ଗଳେଶ୍ୱର ଠାରେ ଥିବା ବିଶ୍ୱଶାନ୍ତି ମହାଯଜ୍ଞ ପ୍ରସିଦ୍ଧ ହର ପାର୍ବତୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି । ଏହି ବିଶ୍ୱଶାନ୍ତି ମହାଯଜ୍ଞ ତିନି ଦିନଧରି ସହ ସହ ଶ୍ରଦ୍ଧାଳୁଙ୍କ ସମାଗମରେ ଚାଲିଛି l ଏହି ମହାଯଜ୍ଞ କମିଟିର ସଦସ୍ୟଙ୍କ କହିବା କଥା ଅଖଣ୍ଡମଣ୍ଡଳରେ ଏମିତି କୁଆଡେ ହୋଇ ନଥିବାରୁ ଓ କରୁଣା ମହାମାରୀ ପରି ବହୁ ପ୍ରକାର ରୋଗର ପ୍ରତିକାର ପାଇଁ ଏହି ମହାଯଜ୍ଞ ଅନୁଷ୍ଠିତ କରିଅଛୁ । ହର ପାର୍ବତୀଙ୍କ କୃପାରୁ ଗ୍ରାମର କିଛି ପଇସା ଖର୍ଚକରି ଏହି ଅନୁଷ୍ଠାନ ଆରମ୍ଭ କରାଯାଇଛି l ଯଦି ହରପାର୍ବତୀ ଚାହିଁବେ ପ୍ରତେକ ବର୍ଷ ଏହି ଅନୁଷ୍ଠାନ ଏମିତି ଯାକଜମକରେ ହୋଇପାରିବ ଆମେ କିଏ କରିବା ପାଇଁ ଯାହା ହର ପାର୍ବତୀ କରିବେ ଆମେ ନିମିତ୍ତ ମାତ୍ର । ୧୩ ଜଣ ପୂଜକ ପୁରୀ ଛତିଆରୁ ଆସିଥିବା ସଦସ୍ୟମାନେ କହିଛନ୍ତି । ବହୁ ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁ ଆସିଥିବାର ଦେଖିବାକୁ ମିଳିଥିଲା । ପ୍ରାୟ ୧୦ ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ତା ରହିଥିଲା । ଏହି ବିଶ୍ୱଶାନ୍ତି ମହାଯଜ୍ଞ ହେବାରୁ ଅଞ୍ଚଳବାସୀ ବହୁତ ଖୁସି ଅଛନ୍ତି । ଅପେକ୍ଷାରେ ରହିଲୁ ହର ପାର୍ବତୀଙ୍କ ଦୟାରୁ ଆଗ ବର୍ଷକୁ ଏହି ଯଜ୍ଞ ହେବ ନା ନାହିଁ । ହର ପାର୍ବତୀଙ୍କ କୃପାରୁ ଅଂଚଳବାସୀ ଭଲରେ ରୁହନ୍ତୁ ।

ବାଲେଶ୍ୱରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ 

Leave a Reply

Your email address will not be published.