ସମ୍ମାନୀତ ଅତିଥି ଆସନ ଅଳଙ୍କୃତ କଲେ ବାହାନଗା ସାମ୍ବାଦିକ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ପବିତ୍ର ନନ୍ଦୋତ୍ସଵ ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲା ଜରିପୁଟ ଠାରେ ଥିବା ସାହିତ୍ୟ ଅନୁଷ୍ଠାନ ଗୋପୀନାଥ ସେବା ସଦନର ସାହିତ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଅତିଥି ମାନଙ୍କୁ ନେଇ ସାହିତ୍ୟ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ସାମ୍ବାଦିକ ଭଗବାନ ଚନ୍ଦ୍ର ଦାସ ସମ୍ମାନିତ ଅତିଥି ଆସନ ଅଳଙ୍କୃତ କରିଥିଲେ । ଶ୍ରୀ ଦାସ କବିତା ଆବୃତ୍ତି କରିବା ସହିତ ଆଧ୍ୟାତ୍ମିକ ଭାଷଣ ପ୍ରଦାନ କରିଥିଲେ । ପ୍ରକାଶ ଥାଉକି ଶ୍ରୀ ଦାସଙ୍କ ଆଧ୍ୟାତ୍ମିକବାଦୀ ଅଭିଭାଷଣ ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିଥିଲା । ବାଲେଶ୍ଵର ଜିଲା ବାହାନଗା ବ୍ଲକ ସାମ୍ବାଦିକ ଖୋର୍ଦ୍ଧା ଜିଲ୍ଲାରେ ଅତିଥି ହେବା ଓ ଆଧ୍ୟାତ୍ମିକ ଅଭିଭାଷଣରେ ସମସ୍ତଙ୍କ ହୃଦୟକୁ ଜୟ କରିବା ବାଲେଶ୍ଵର ଜିଲ୍ଲା ପାଇଁ ଗୌରବର ବିଷୟ । ଅନୁଷ୍ଠାନ ତରଫରୁ ସଚ୍ଚି ରାଉତରାୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଶ୍ରୀ ଦାସ । ଅନୁଷ୍ଠାନର ସମ୍ପାଦକ ନୀଳାଦ୍ରି ଜଗଦ୍ଦେବ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ସୁଚାରୁ ରୂପେ ସମ୍ପାଦନ କରିଥିଲେ । ଏହି ସାହିତ୍ୟ ମଞ୍ଚରେ ଅନ୍ୟ ଅତିଥି ମାନେ ମଧ୍ୟ ଥିଲେ । ଏଥିରେ ବିଭିନ୍ନ ସ୍ଥାନରୁ ସାରସ୍ୱତ ସାଧକ/ସାଧିକା ମାନେ ଯୋଗଦେଇ କବିତା ଆବୃତ୍ତି କରି ଆତ୍ମସନ୍ତୋଷ ଲାଭ କରିବା ସହିତ ବିଭିନ୍ନ ସମ୍ମାନରେ ସମ୍ମାନିତ ହୋଇଥିଲେ । ଦେଶବିଦେଶରେ ପରିଚିତ ସୃଷ୍ଟି କରିବାରେ ସାହିତ୍ୟ ସାଧନା ଏକ ମାଧ୍ୟମ । ଏଥିରେ କେବଳ ପରିଚୟ ଓ ଆତ୍ମସନ୍ତୋଷ ଛଡା ଅନ୍ୟ କିଛି ମିଳି ନଥାଏ । ଶ୍ରୀ ଦାସ ଜଣେ ଉତ୍ତମ ସାମ୍ବାଦିକ ନୁହନ୍ତି, ସେ ଜଣେ ଭଲ କଳାକାର, ମଞ୍ଚ ଅଭିନେତା, ସମାଜସେବୀ, ପରୋପକାରୀ, ମିଷ୍ଟଭାଷୀ, ଉତ୍ତମ ଚରିତ୍ରବାନ ଓ ଦରଦୀ ହୃଦୟବାନ ବ୍ଯକ୍ତି ଅଟନ୍ତି । ତାଙ୍କର ସୁଗୁଣରେ ମୁଗ୍ଧ ହୋଇ ସୁଦୂର ଖୋର୍ଦ୍ଧା ଜିଲ୍ଲା ଅତିଥି ଆସନ ଦେବାକୁ ବାଧ୍ୟ ହୋଇଥିଲା । ଭଗବାନ କରନ୍ତୁ ଆଗାମୀ ଦିନରେ ଶ୍ରୀ ଦାସଙ୍କ ଖ୍ଯାତି ସମଗ୍ର ସାହିତ୍ୟ ଓ କଳାକାର ଜଗତରେ ବିଛୁରିତ ହେଉ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.