ଆସନ୍ତା ୧୦ ତାରିଖରୁ ଭିଡିଓ କନଫରେନ୍ସିଂ ଜରିଆରେ ଚାଲିବ ହାଇକୋର୍ଟ କାର୍ଯ୍ୟ

କଟକ, (ନାଗରାଜ ନ୍ୟୁଜ): ଆସନ୍ତା ୧୦ ତାରିଖରୁ କେବଳ ଭିଡିଓ କନଫରେନ୍ସିଂ ଚାଲିବ ହାଇକୋର୍ଟ କାର୍ଯ୍ୟ । ଫେବୃଆରୀ ୪ ତାରିଖ ପର୍ୟ୍ୟନ୍ତ ଏହି ବ୍ୟବସ୍ଥାରେ ଚାଲିବ ହାଇକୋର୍ଟ । ଖାଲି ସେତିକି ନୁହେଁ ୫୦ % କର୍ମଚାରୀଙ୍କୁ ନେଇ ଚାଲିବ ହାଇକୋର୍ଟ କାର୍ଯ୍ୟାଳୟ । ରୋଷ୍ଟର ଭିତ୍ତିରେ କାମ କରିବେ କର୍ମଚାରୀ । ଆସନ୍ତା ୧୦ରୁ ଭିସିରେ ଚାଲିବ ହାଇକୋର୍ଟ କାର୍ଯ୍ୟ । ଇ-ଫାଇଲିଂ ପୋଟାଲରେ ଗ୍ରହଣ ହେବ ସମସ୍ତ ମାମଲା । ଏହି କ୍ରମରେ ସାଢେ ୧୦ଟାରୁ ଅପରାହ୍ନ ଦୁଇଟା ମଧ୍ୟରେ ଡ୍ରପ୍‌ ବକ୍ସରେ ମଧ୍ୟ ଆବେଦନ କରି ହେବ । ରାଜ୍ୟରେ କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମଣ ବୃଦ୍ଧିକୁ ନେଇ ହାଇକୋର୍ଟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

Leave a Reply

Your email address will not be published.