କଟକ, (ନାଗରାଜ ନ୍ୟୁଜ): ଗତ ୧୪ ତାରିଖ ଦିନ ବାଲୁବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର କରାଯାଇଥିଲା । ୫୦୦ ବର୍ଷର ପୁରୁଣା ପରମ୍ପରା ଅନୁସାରେ ଏଠାରେ ମା ଦୁର୍ଗାଙ୍କ ବଡ ମୂର୍ତ୍ତି ପୂଜା ପାଇଆସୁଛି । ଏଣୁ ସରକାରଙ୍କ ମୂର୍ତ୍ତି କଟକଣାକୁ ବାଲୁ ବଜାର ପୂଜା କମିଟି ବିରୋଧ କରି ହାଇକୋର୍ଟରେ ଏକ ରିଟ ପିଟିସନ ଦାୟର କରାଯାଇଥିଲା ।
ବାଲୁ ବଜାର ପୂଜା ମଣ୍ଡପର ମୂର୍ତ୍ତି ଉଚ୍ଚତା ମାମଲାର ଶୁଣାଣି ଶେଷ କଲେ ହାଇକୋର୍ଟ । ଆସନ୍ତା କାଲି ପ୍ରକାଶ ପାଇବ ରାୟ । ଆବେଦନ କାରୀ ସୂର୍ଯ୍ୟକାନ୍ତ ସଂଗନେରିଆ ସୂଚନା ଦେଇଛନ୍ତି ।