ଗଁଦିଆ ସରସ୍ବତୀ ଶିଶୁମନ୍ଦିରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ଗଁଦିଆ ସରସ୍ବତୀ ଶିଶୁମନ୍ଦିରରେ ଆଜି ପାଳନ ହୋଇଛି ପବିତ୍ର ରକ୍ଷା ବନ୍ଧନ ଉତ୍ସବ । ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଗଁଦିଆ ଥାନାର ଏସଆଇ ସୁବ୍ରତ କୁମାର ସାହୁ, ସଭାପତି ଅନନ୍ତ ଚରଣ ଶତପଥୀ, ସମ୍ପାଦକ ଛାୟା କାନ୍ତ ସାହୁ, କୋଷାଧ୍ୟକ୍ଷ ମୁରଲୀ ଧର ସାହୁ ଏବଂ ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ । ଏହି ଉତ୍ସବରେ ଶିଶୁମନ୍ଦିରର ସମସ୍ତ ଭାଇ ଭଉଣୀମାନେ ପରସ୍ପରକୁ ରାକ୍ଷୀ ବାନ୍ଧିଥିଲେ । ଏବଂ ଆରଏସଏସର ଗୌରୀକ ଧୋଜରେ ରାକ୍ଷୀ ବନ୍ଧା ଯାଇଥିଲା ।

Leave a Reply

Your email address will not be published.