ଲଗାଣ ବର୍ଷାରେ ଗଛପଡି ନଷ୍ଟ ହେଲା ଘର

ବାଲେଶ୍ଵର,(ନାଗରାଜ ନ୍ୟୁଜ): ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି । ଏହି ଲଗାଣ ବର୍ଷାରେ ବିଭିନ୍ନ ସ୍ଥାନରେ ଅଘଟଣ ଘଟି ଥିବାର ଖବର ନଜରକୁ ଆସିଛି । ସେଥିମଧ୍ୟରୁ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ନୟାଖଣ୍ଡି ପଞ୍ଚାୟତ କୋଚିଆକୋଇଲି ଗ୍ରାମର ହୃଷିକେଶ ବାରିକଙ୍କ ବାଡିରେ ଥିବା ପୁଣ୍ଟିଆ ଗଛଟି ଉପୁଡି ପଡିବା ଫଳରେ ଶ୍ରୀ ବାରିକଙ୍କ ଘରଟି ନଷ୍ଟ ହୋଇଛି । ଖବରପାଇ ଖଇରା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗଛକାଟି ପରିଷ୍କାର କରିବା କାର୍ଯ୍ୟରେ ଲାଗିପଡିଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ଖଇରା ବ୍ଲକର ଅନ୍ୟ କୌଣସି ସ୍ଥାନର କ୍ଷୟକ୍ଷତି ବିଷୟରେ ସୂଚନା ହସ୍ତଗତ ହୋଇନାହିଁ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.