ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ହାସ୍ୟରସାତ୍ମକ ସଂସ୍କୃତ ନାଟକ “ଭଗବତଜ୍ୟୁକମ୍” ଉଦଘାଟିତ

ପୁରୀ, (ନାଗରାଜ ନ୍ୟୁଜ): କେନ୍ଦ୍ର ସଂଗୀତ ନାଟକ ଏକାଡେ଼ମୀ, କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ, ସଦାଶିବ ପରିସର ଓ ରାଉଲକେଲା ର ‘ଦି କ୍ୟାଚ୍ ଓଡ଼ିଶା ର ମିଳିତ ସହଯୋଗରେ ପୁରୀ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ରେ ହାସ୍ୟରସାତ୍ମକ ସଂସ୍କୃତ ନାଟକ “ଭଗବତଜ୍ୟୁକମ୍” ବିଶ୍ଵବିଦ୍ୟାଳୟ ର ନିର୍ଦେଶକ ପ୍ରଫେସର ଖଗେଶ୍ବର ମିଶ୍ର, ନାଟ୍ୟକାର ବଦ୍ରି ମିଶ୍ର ଓ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ର ଅଧ୍ୟକ୍ଷ ରତିକାନ୍ତ ପରିଡ଼ାଙ୍କ ଦ୍ବାରା ଉଦଘାଟିତ ହୋଇଯାଇ ଛି। ପ୍ରଥମ ଶତାବ୍ଦୀ ରେ ଵୋଧୟନଙ୍କ ରଚିତ ଏହି ହାସ୍ୟଚେତନାଧର୍ମୀ ନାଟକକୁ ନିର୍ଦ୍ଦେଶନା ଦେଇଥିଲେ ଭାରତ ସରକାରଙ୍କ ସାଂସ୍କୃତିକ ମନ୍ତ୍ରାଳୟ ର ସିନିଅର ଫେଲୋସିପ ତଥା ଭୋପାଳ ସଂସ୍କୃତ ବିଶ୍ଵବିଦ୍ୟାଳୟ ର ନାଟ୍ୟଶାସ୍ତ୍ର ବିଶାରଦ ଚିତ୍ତରଞ୍ଜନ ଶତପଥୀ। ପ୍ରଫେସର ଡକ୍ଟର ଧର୍ମେନ୍ଦ୍ର କୁମାର ସିଂହଦେଓଙ୍କ କଳା ନିର୍ଦ୍ଦେଶନା ତଥା ଗୁରୁ ବିଜୟ ବାରିକ୍, ସୁକାନ୍ତ କୁଣ୍ଡୁ, ସୌମ୍ୟରଞ୍ଜନ ଓ ରାଜେଶ କୁମାର ଙ୍କ ସଂଗୀତ ନିର୍ଦ୍ଦେଶନା ରେ ଏହି ନାଟକରେ ସୂତ୍ରଧର,ଗଣିକା, ପରିବ୍ରାଜକ,ଶାଣ୍ଢିଲ୍ୟ,ବିଦୂଷକ, ନର୍ତ୍ତକୀ ପ୍ରଭୁତିଙ୍କ ଅଭିନୟ ଚିତ୍ତାକର୍ଷକ ଥିଲା।ଏହି ନାଟକ ପରିଚାଳନା କରିଥିଲେ ଗୁରୁ ଭରତ ନାୟକ, ବିଜୟାନନ୍ଦ ରଥ,ସୁମନ ମାମ,ଶରତ ମହାନ୍ତି, ଅଭିଜିତ ଦାଶ, ସାବିତ୍ରୀ ରଥ ଓ ରାମକୃଷ୍ଣ ମହାପାତ୍ର। କେନ୍ଦ୍ର ସଂଗୀତ ନାଟକ ଏକାଡେ଼ମୀ ନୁଆଦିଲ୍ଲୀ ର ଆର୍ଥିକ ସହଯୋଗ ରେ ଆଗାମୀ ଦିନରେ ସଂସ୍କୃତ ନାଟକର ପୁନରୁତ୍ଥାନ ପାଇଁ କାର୍ଯ୍ୟକ୍ରମ କରାଯିବ ବୋଲି ଦି କ୍ୟାଚ୍ ଓଡ଼ିଶା ର ମୁଖ୍ୟ ଚିତ୍ତରଞ୍ଜନ ଶତପଥୀ ଜଣାଇଛନ୍ତି ।

Leave a Reply

Your email address will not be published.