ଏସସିବିରେ ପୁଣି ଅଘଟଣ, ୪ ତାଲାରୁ ଡେଇଁ ବ୍ୟକ୍ତିଙ୍କ ଗଲା ଜୀବନ

କଟକ: କଟକ ଏସସିବି ମେଡିକାଲ କୋଭିଡ ୱାର୍ଡରେ ପୁଣି ଅଘଟଣ ଘଟିଛି । ୪ ମହଲାରୁ ଡେଇଁ ଜଣେ କରୋନ ରୋଗୀଙ୍କ ମୃତ୍ୟୁ ହୋଇଛି । ତେବେ ମୃତ ବ୍ୟକ୍ତିଙ୍କ ନାମ ହରିଆ ସିଂ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ହରିଆ ସିଂ ଗତ ୫ ତାରିଖ ଦିନ କଟକ ଏସସିବିରେ ଭର୍ତ୍ତି ହୋଇଥିଲେ । ତେବେ ହରିଆ ସିଂ ମୟୂରଭଞ୍ଜ ଜିଲ୍ଲାର ବୋଲି ଜଣାପଡିଛି । ଗତକାଲି ରାତିରେ ବ୍ୟକ୍ତି ଜଣଙ୍କ ୪ ତାଲାରୁ ଡେଇଁ ପଡ଼ିଥିଲେ । ଯାହାର ସୂଚନା ଏସସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ଦେଇଛନ୍ତି ।

Leave a Reply

Your email address will not be published.