ମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ କାର୍ଯ୍ୟରତ ସାମ୍ବାଦିକ

ବାଲେଶ୍ୱର, (ନାଗରାଜ ନ୍ୟୁଜ): ମା’ ଦୁର୍ଗାଙ୍କ ପବିତ୍ର ମହାଷ୍ଟମୀ ପୂଜା ଅବସରରେ ଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଆହ୍ୱାନ କ୍ରମେ ବାଲେଶ୍ୱର ଜିଲ୍ଲା ଖଇରା ଜଳସେଚନ କାର୍ଯ୍ୟାଳୟ ଡାକବଙ୍ଗଳା ପରିସରରେ ଖଇରା ବ୍ଲକର କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ ହୋଇଥିଲା । ଉକ୍ତ ସଭାରେ ମାନ୍ୟବର ମନ୍ତ୍ରୀ ବକ୍ତବ୍ୟ ମାଧ୍ୟମରେ ଓଡିଶା ସରକାରଙ୍କ ଜନହିତକର କାର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେଯେ, ମୁଁ ସର୍ବଦା ଜନସାଧାରଣଙ୍କ ପାଖରେ ଅଛି ଏବଂ ସମସ୍ତଙ୍କ ହିତ ପାଇଁ କାର୍ଯ୍ୟ କରୁଛି ।

ଏଥିପାଇଁ ସମସ୍ତ ସାମ୍ବାଦିକ ବନ୍ଧୁମାନଙ୍କର ସାହାଯ୍ୟ ଏକାନ୍ତ ଆବଶ୍ୟକ । ଏହି ଅବସରରେ ଖଇରା ବ୍ଲକ ସାମ୍ବାଦିକ ତଥା ମୋ ଅନୁଷ୍ଠାନ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରାଙ୍କୁ ମାନ୍ୟବର ମନ୍ତ୍ରୀ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପରେପରେ ଉପସ୍ଥିତ ଅନ୍ୟ ସମସ୍ତ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ କୈଳାସ ଚନ୍ଦ୍ର ଦାସ, ଲୋଚନ ରାଉତ, ଛାୟାକାନ୍ତ ମହାନ୍ତି, ଦୟାନିଧି ମହାପାତ୍ର, ବଳରାମ ଲେଙ୍କା, ତପୋନ ବାରିକ, କିଶୋର କୁମାର ବେହେରା, ଧନଞ୍ଜୟ ପଣ୍ଡା, ଉତ୍କଳବନ୍ଧୁ ପଣ୍ଡା, ସଞ୍ଜୟ ବେହେରା, ଦେବବ୍ରତ ଦାସ, ବିସ୍ମୟ ବେହେରା, ରଘୁନାଥ ସାମଲ, ସତ୍ୟଭାମା ପ୍ରଧାନ, ଗୌତମମୁଖୀ, ଅନାମ ଚରଣ ପଣ୍ଡା, ତ୍ରିଲୋଚନ ଉପାଧ୍ୟାୟ, ଆନନ୍ଦ ଚନ୍ଦ୍ର ବେହେରା ପ୍ରମୁଖ କାର୍ଯ୍ୟରତ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published.