କାଇଟ ଉତ୍ସବ ଉଦଯାପିତ

କଟକ, (ନାଗରାଜ ନ୍ୟୁଜ): କଟକ ଜିଲ୍ଲା ପ୍ରଶାସନ ଏବଂ ଓର୍ମାଶ ର ମିଳିତ ଅନୁକୂଲ୍ୟ ରେ ବାରବାଟି ଠାରେ ୩ ଦିନ ଧରି ଅନୁଷ୍ଠିତ ହୋଇଥିବା ଗୁଡ଼ି ଉତ୍ସବ ଉଦଯାପିତ ହୋଇଯାଇଛି। ବହୁ ଜନ ସାଧାରଣ ଏହି ଉତ୍ସବ ରେ ସାମିଲ ହୋଇଥିଲେ। ସ୍ଵୟଂ ସହାୟିକା ଗୋଷ୍ଠି ର ମହିଳା ମାନେ ନିଜର ପ୍ରସ୍ତୁତି, ଉତ୍ପାଦନ ତଥା ଓର୍ମାସ ମାଧ୍ୟମ ରେ ମା ବ୍ରାଣ୍ଡ ଉତ୍ପାଦ ଗୁଡିକ ଚାହିଦା ରହିଥିବା ଦେଖିବାକୁ ମିଳିଥିଲା। ଗ୍ରାହକ ମାନେ ବିଭିନ୍ନ ପ୍ରକାର ଘରୋଇ ସାମଗ୍ରୀ କିଣିବା ସହ ଏହି ଉତ୍ସବ ର ଆନନ୍ଦ ନେଇଥିଲେ।ଆଜି ଉଦଯାପନ ଦିବସ ରେ ଶ୍ରିପାଞ୍ଜଳି ଗ୍ରୁପର କଳାକାରମାନେ ଫୋକ୍ ଡାନ୍ସ ପରିବେଷଣ କରିଥିଲେ।ସେହି ଭଳି ଅର୍ଚ୍ଚିତା ମହାନ୍ତି ସମ୍ବଲପୁରୀ ନୃତ୍ୟ ଏବଂ ତାନିଶା ସ୍ୱାଇଁ ଭଜନ ପରିବେଷଣ କରିଥିଲେ ଏବଂ ମହିଳା ସ୍ବୟଂ ସହାୟିକା ଦ୍ଵାରା ବିଭିନ୍ନ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।ଉଦଯାପନୀ ଉତ୍ସବରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଯୋଗ ଦେଇ କହିଲେ ଓର୍ମାଶ ମାଧ୍ୟମ ରେ ମହିଳା ମାନଂକୁ ସ୍ୱାବଲମ୍ବୀ କରିବା ପାଇଁ ଏହି ଭଳି ଏକ ଉଦ୍ୟମ ଜାରି ରଖାଯାଇଛି। ଜିଲ୍ଲାପାଳ ଶ୍ରୀ ଚଇନି ସ୍ଵଂୟ ସହାୟିକା ମହିଳା ମାନଂକୁ ପୁରସ୍କୃତ କରିଥିଲେ । ଓର୍ମାଶ ର ନିର୍ଦ୍ଦେଶକ ବିପିନ ବିହାରୀ ରାଉତ କାର୍ଯକ୍ରମ କୁ ପରିଚାଳନା କରିଥିଲେ। ବହୁ ବିଶିଷ୍ଟ ବ୍ୟକ୍ତି ଓ ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ମାନେ ଏହି ଠାରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published.