ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲା ଖଇରା ବ୍ଲକ ମାଖନପୁର ପଞ୍ଚାୟତର ରାଧାରଶିକ ବିଦ୍ୟାଳୟର ରୁପାନ୍ତରଣ ତାଲିକାରେ ଅନ୍ତର୍ଭୁକ୍ତ ହେବା ପରେ ଶୁକ୍ରବାର ଅପରାହ୍ନରେ ଉଦ୍ଘାଟନ ପାଇଁ ଧାର୍ଯ୍ୟ ହୋଇଥିଲା . ହେଲେ ଏହାକୁ ଦେଖିବାକୁ ଉତ୍ସୁକତାର ସହ ଅପେକ୍ଷା କରିଥିବା ପ୍ରତିଷ୍ଠାତା ପ୍ରଦୀପ କୁମାର ଦାସ(୬୪) ଶୁକ୍ରବାର ବିଳମ୍ବିତ ରାତିରେ ହୃଦଘାତରେ ମୃତ୍ୟୁ ବରଣ କରିବା ଘଟଣା ସାରା ବିଦ୍ୟାଳୟ ପରିବେଶ କୁ ଶୋକାକୁଳ କରିଛି . ଉକ୍ତ ବିଦ୍ୟାଳୟ 5 ଟି ତାଲିକାରେ ସାମିଲ ହେବା ପରେ ପ୍ରଦୀପ ଖୁସି କାହିଁରେ କେତେ ଥିଲା . ଶୁକ୍ରବାର ଉଦ୍ଘାଟନ ପାଇ ଦିନ ଧାର୍ଯ୍ୟ ହେବା ପରେ ସେ କାର୍ଯ୍ୟକୁ କିଭଳି ଢଙ୍ଗରେ ପରିଚାଳିତ କରିବେ ନିଜେ ଏହାର ତଦାରଖ କରୁଥିଲେ . ହେଲେ ଶୁକ୍ରବାର ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ପ୍ରଥମେ ସୋର ମେଡ଼ିକାଲ ପରେ ବାଲେଶ୍ବର ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତୀ କରାଯାଇଥିଲା . ହେଲେ ସିଏ ଆଖି ବୁଜି ଥିଲେ,ତାଙ୍କର ମୂର୍ତ୍ତୁ ରେ ଶୁକରଛାୟା ଖେଳି ଯାଇଛି . ଅଗଣିତ ଛାତ୍ରୀଛାତ୍ର ଗ୍ରାମବାସୀ ମାନେ ଶେଷ ଦର୍ଶନ କରିଥିଲେ .
ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ