ଖଣିମାଫିଆଙ୍କ ଯୋଗୁ ଚାଲିଗଲା ନୀରିହ ବାଳକର ଜୀବନ

ଖଇରା,(ନାଗରାଜ ନ୍ୟୁଜ) ବାଲେଶ୍ଵର ଜିଲ୍ଲା ଖଇରା ଥାନା କୁପାରୀ ରାଜସ୍ବ କ୍ଷେତ୍ର ଗୁଆପାଳ ଗ୍ରାମରେ ଘଟିଯାଇଛି ଅଘଟଣ । ଘଟଣାରୁ ଜଣାପଡିଛି ଯେ ଗୁଆପାଳ ଗ୍ରାମର ବିଶ୍ବଜିତ୍ ନାଏକ(8) ପିତା ସୁରେଶ ନାଏକ ଘର ଆଗରେ ମୋରମ ଖାଦାନ ନିକଟରେ ଦିନ ପ୍ରାୟ ୧୨ ସମୟରେ ଖେଳୁଥିବା ବେଳେ କୌଣସି କାରଣ ବଶତଃ ଅଗଭିର ମୋରମ ଖାଦାନ ଭିତରକୁ ଗଳିପଡି ଥିଲା । ବହୁ ସମୟ ଧରି ପିଲା ଘରକୁ ନଫେରିବାରୁ ବାପା ଓ ମାତା ଖୋଜାଖୋଜି କରି ପାଇନଥିଲେ । ଏହି ସମୟରେ ପାଣି କଣ ଭାସୁଥିବାର ଦେଖି ପଡିଶା ଲୋକଙ୍କ ନଜରକୁ ଆସିଥିଲା । ପରିବାର ଲୋକ ପାଣିରୁ ଉଦ୍ଧାର କରି ବାଇକ୍ ଯୋଗେ ଖଇରା ମେଡ଼ିକାଲକୁ ଚିକିତ୍ସା ନିମନ୍ତେ ଆଣିଥିଲେ । ମାତ୍ର ମେଡିକାଲରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଖବରପାଇ ଖଇରା ପୋଲିସ ମେଡ଼ିକାଲରେ ପହଞ୍ଚି ମୃତ ଦେହ ଜବଦ କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ପାଇଁ ବ୍ଯବସ୍ଥା କରିଛି । ଏଠାରେ ପ୍ରକାଶ ଥାଉକି ମୋରମ ଉତ୍ତୋଳନ ଦ୍ବାରା ସୃଷ୍ଟି ହୋଇଥିବା ଗର୍ତ୍ତକୁ ଅନ୍ୟ ସ୍ଥାନରୁ ମାଟି ଆଣି ପୋତି ଦେବାର ନିୟମ ଥିଲେ ମଧ୍ୟ ଠିକାଦାର ନ ପୋତି ସେ ସ୍ଥାନଟିକୁ ଛାଡିଦେଉଛନ୍ତି । ଯେଉଁଥି ପାଇଁ ଏହି ବାଳକ ପରି ଅନେକ ନୀରିହ ଲୋକଙ୍କ ପ୍ରାଣହାନୀ ଘଟୁଥିବାର ନଜରକୁ ଆସିଛି। ମୃତ ବିଶ୍ବଜିତ୍ ଗଗୁଆ ସେବାଶ୍ରମ ବିଦ୍ୟାଳୟରେ ୪ର୍ଥ ଶ୍ରେଣୀରେ ପଢୁଥିବାରୁ ସମ୍ପୃକ୍ତ ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି ।

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.