ପ୍ରେମିକର ଧାରୁଆ ଅସ୍ତ୍ରରେ ପ୍ରେମିକାଙ୍କ ସ୍ଵାମୀ ଗୁରୁତର

ବାଙ୍କୀ,(ନାଗରାଜ ନ୍ୟୁଜ): କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଗୋଲେଇ ମାର୍କେଟ ନିକଟ ଏକ ଭଡା ଘରେ ପରକିଆ ପ୍ରୀତି ଯୋଗୁ ଘଟିଯାଇଛି ଅଭାବନୀୟ କାଣ୍ଡ. ପ୍ରେମିକ ର ଧାରୁଆ ଅସ୍ତ୍ର ରେ ପ୍ରେମିକାଙ୍କ ସ୍ୱାମୀ ଗୁରତ୍ୱର . ପ୍ରଥମେ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ରେ କରାଯାଇଥିଲା ଭର୍ତ୍ତି ପରେ ଅବସ୍ଥା ସଙ୍କଟାପନ୍ନ ହେବା ଯୋଗୁ ଡାକ୍ତର କଟକ ମେଡ଼ିକାଲ କୁ କଲେ ସ୍ଥାନାନ୍ତର.ଗୁରୁତ୍ୱର ଯୁବକଙ୍କ ଘର ବିଲି ମନ୍ତ୍ରୀ ସାହି. ତାଙ୍କ ନାମ ବବିନି ମନ୍ତ୍ରୀ. ସୂଚନା ଥାଉକି ବିଲି ମନ୍ତ୍ରୀ ସାହିର ବଣ୍ଟି ମନ୍ତ୍ରୀ ଓ ତାର ସହଯୋଗୀଙ୍କ ସହିତ ମିଶି ଘରୁ ଡାକି ଏକ ଧାରୁଆ ଅସ୍ତ୍ର ରେ ମୁଣ୍ଡ ଓ ଗୋଡ଼କୁ ହାଣି ଜୀବନରେ ମାରିଦେବା ପାଈଁ କରିଥିଲେ ଉଦ୍ୟମ ବୋଲି ଆହତ ଙ୍କ ବାପା ବୈଷ୍ଣବ ଚରଣ ମନ୍ତ୍ରୀ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ. ଘଟଣା ସ୍ଥଳରେ ବବିନି ମନ୍ତ୍ରୀ ଗୁରୁତ୍ୱର ଆହତ . ଅବସ୍ଥା ସଙ୍କଟାପନ୍ନ ହେବା ଯୋଗୁ କଟକ ଏସିବିକୁ କରାଯାଇଛି ସ୍ଥାନାନ୍ତର ବୋଲି ସୂଚନା ଦେଲେ ଯୁବକଙ୍କ ବାପା . ସେପଟେ ଆହତଙ୍କ ବାପା ଓ ସମ୍ପର୍କୀୟ ଆଣିଛନ୍ତି ସଂଘାତିକ ଅଭିଯୋଗ. .ତାଙ୍କ ବୋହୁଙ୍କ ସହିତ ସେହି ଗ୍ରାମର ଯୁବକ ବାଣ୍ଟି ମନ୍ତ୍ରୀ ରଖିଛନ୍ତି ଅନୈତିକ ପ୍ରେମ ସମ୍ପର୍କ. ଯାହାକୁ ଵାରଣ କରିଥିଲେ ପରିବାର ଲୋକେ. ଯେଉଁଥିପାଇଁ ଆଜି ଉତ୍ୟକ୍ତ ହୋଇ ଏଭଳି ଉନ୍ମୋମୋଦ କାଣ୍ଡ ଘଟାଇ ଛନ୍ତି ପ୍ରେମିକ ବଣ୍ଟି ମନ୍ତ୍ରୀ ଓ ତାଙ୍କ ସହଯୋଗୀ. ତୁରନ୍ତ ସମ୍ପୃକ୍ତ ଦୁର୍ବୁତ୍ତ ମାନଙ୍କୁ ଗିରଫ କରି ଉଚିତ ନ୍ୟାୟ ପାଈଁ କରିଛନ୍ତି ଗୁହାରି. ସେପଟେ ଖବର ପାଈଁ ଘଟଣା ସ୍ଥଳ ରେ ବାଙ୍କୀ ପୋଲିସ ପହଁଚି ଚଳାଇଛି ତଦନ୍ତ।

Leave a Reply

Your email address will not be published.