କ୍ରୀଡାବିତଙ୍କ ସଫଳତା ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣେ ବୋଲି କହିଲେ ବିଧାୟକ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ବାଲେଶ୍ଵର ଜିଲ୍ଲା ମାର୍କୋଣା ଠାରେ ଥିବା ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ପହଞ୍ଚିଥିଲେ । ସେଠାରେ ବିଜୁ ଯୁବ ଜନତାଦଳ ପକ୍ଷରୁ ସିମୁଳିଆ ଏବଂ ଖଇରା ବ୍ଲକ ଚୟନ ଖେଳାଳି ମାନଙ୍କୁ ନେଇ ଆୟୋଜିତ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଫୁଟବଲ ମ୍ୟାଚ ଯୋଗଦେଇ ଥିଲେ । କ୍ରୀଡା ଉତ୍ସଵକୁ ଉଦ୍ଘାଟନ କରିବା ସହିତ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ମ୍ୟାଚରେ ଚୟନ ହୋଇଥିବା ଖେଳାଳି ମାନେ ଜିଲ୍ଲା ସ୍ତରୀୟକୁ ଯାଇ ନିଜର କ୍ରୀଡ଼ା ପଦର୍ଶନ କରିବେ ବୋଲି ବିଧାୟକ ଜ୍ଯୋତି ପ୍ରକାଶ ପାଣିଗ୍ରାହୀ ପ୍ରକାଶ କରିଥିଲେ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.