ପାଟଣାଗଡ଼,(ନାଗରାଜ ନ୍ୟୁଜ): ନିଜ ସନ୍ତାନକୁ ସରକାରୀ ସ୍କୁଲରେ ପାଠ ପଢ଼ାଇବା ପାଇଁ ଲୋକଙ୍କୁ ସଚେତନ କରୁଛନ୍ତି ପାଟଣାଗଡ଼ ବିଇଓ ଶଙ୍କର ପ୍ରସାଦ ମାଝୀ । ସ୍ୱରଚିତ ଗୀତକୁ ନିଜ କଣ୍ଠରେ ଗାଇ ସେ ଏହି ସଟେତନତା ଅଭିଯାନ ଚଳାଇଛନ୍ତି । ଏହି ଗୀତ ଏବେ ସୋସିଆଲ ମଡିଆରେ ଭାଇରାଲ୍ ହେବାରେ ଲାଗିଛି । ସରକାରଙ୍କ ୫ଟି ନିୟମ ମୁତାବକ ପାଠ ପଢିବା ସାଙ୍ଗକୁ ମାନସିକ ଚାରିତ୍ରିକ ଗଠନ କରିବା ଦିଗରେ ବିଇଓ ଶ୍ରୀ ମାଝୀଙ୍କ ଗୀତଟି ନିଶ୍ଚିତ ଭାବରେ ଏକ ସଚେତନତାର ବାର୍ତ୍ତା ବହନ କରୁଛି । ସରକାରୀ ସ୍କୁଲ ପ୍ରତି ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ଶିକ୍ଷା ଅଧିକାରୀ ଶ୍ରୀ ମାଝୀଙ୍କ ଏଭଳି ନିଆରା ପ୍ରସାୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେଙ୍କ ରିପୋର୍ଟ