ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲାର ବିଶ୍ଵପ୍ରସିଦ୍ଧ ଯୋରନ୍ଦା ମହିମା ଗାଦିରେ ୧୯୪୨ ମସିହାରୁ ଅଦ୍ୟାବଧି ଚାଲିଛି ନୂଆଁଖାଇ ନବାର୍ଣ୍ଣ ବା ଉତ୍ସବ । ଆଜି ମହିମା ସମାଜର ସମସ୍ତ ସାଧୁସନ୍ଥମାନେ ନବାର୍ଣ୍ଣ ଭୋଜନ ଗ୍ରହଣ କରିଥିଲେ । ଏହାଉପରେ ପ୍ରତିକ୍ରିୟା ଦେଇଛନ୍ତି ମହିମା ସମାଜର ସମ୍ପାଦକ ବାବା ନିତ୍ୟାନନ୍ଦ ଦାସ, ସଭାପତି ବାବା ସୁକଦେବ ଦାସ । ସମାଜରୁ କିପରି ଭାବେ କରୋନା ମହାମାରୀର ତୃତୀୟ ଲହରୀ ଦୂରହେବ, ଏହାସହିତ ବାବାଙ୍କ ନାମ୍ ଧାମ୍ ମାଧ୍ୟମରେ ଶରଣାପନ୍ନ ହୋଇ ପ୍ରଭୁଙ୍କ ଆଶିର୍ବାଦରୁ କରୋନା ମହାମାରୀ ଦୂରହେବ ବୋଲି ବାବା କହିଥିଲେ ।