ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଓଡିଶା ବନ୍ଦ ଆଂଶିକ ସଫଳ

ଖଇରା,(ନାଗରାଜ ନ୍ୟୁଜ): କଲେଜଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ଦୋଷୀକୁ ତୁରନ୍ତ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ଓ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଓଡିଶା ବନ୍ଦ ସଫଳ କରିବା ଲକ୍ଷନେଇ ଭଦ୍ରକ ବନ୍ତ ଛକ ଠାରେ ମହମ୍ମଦ ମନୱାର ଅଲ୍ଲୀଙ୍କ ନେତୃତ୍ୱରେ ଦୀର୍ଘ ସମୟ ରାସ୍ତା ରୋକ କରାଯାଇଥିଲା । ସେହିପରି ସୋର,ଖଇରା,ବା ଲେଶ୍ଵର ରେ ମଧ୍ୟ ବନ୍ଦ ଦେଖିବାକୁ ମିଳିଥିଲା,ଏଥି ନେଇ ଜନସାଧାରଣ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା । ଏହାପରେ ସଂଗଠନ ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା ବଜାର ପରିକ୍ରମା କରି ଭଦ୍ରକ ବ୍ଲକ ଓ ତହସିଲ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସଂଗଠନ ପକ୍ଷରୁ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିକୁ ନ୍ୟାୟ ପ୍ରଦାନ ପାଇଁ ଜନସାଧାରଣଙ୍କୁ ଆନ୍ଦୋଳନରେ ସାମିଲ ହେବାକୁ ଅନୁରୋଧ କାରାଯାଉଥିଲା .

ବାଲେଶ୍ବର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.