ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ତୁଡିଗଢିଆ ଡାଲଙ୍ଗ ପଞ୍ଚାୟତ ଅନ୍ତର୍ଗତ ଡାଲଙ୍ଗ ଗ୍ରାମରେ 2 ଦିନ ଧରି ମା ଦକ୍ଷିଣ ଚଣ୍ଡୀଙ୍କର ପଞ୍ଚକୁଣ୍ଡୀୟ ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି ପ୍ରଥମେ ମା ଦକ୍ଷିଣ ଚଣ୍ଡୀଙ୍କର ଓ ପଣ୍ଡିତ ବ୍ରାହ୍ମଣ ଏବଂ ଗ୍ରାମ ବାସୀ ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ୱଳନ ଓ ପଣ୍ଡିତ ତୋଷି କାନ୍ତ ପାଢ଼ୀ ବେଦ ପାଠ ପରେ ବିଶ୍ଵ ଶାନ୍ତି ମହାଯଜ୍ଞ କାଯ୍ୟ ଆରମ୍ଭ କରାଯାଇଥିଲା,ପ୍ରଥମ ଦିନ ମା ଙ୍କର ଗୀତା ଯଜ୍ଞ ଆହୁତି 765 ନାରାୟଣ ଙ୍କୁ ଆହୁତି 243 ସବମୋଟ୍ 1008 ଆହୁତି ପ୍ରଦାନ କରାଯାଇଥିଲା ଦ୍ବିତୀୟ ଦିନ ମାଁ ଦକ୍ଷିଣ ଚଣ୍ଡୀଙ୍କର ବିଶ୍ୟ ଶାନ୍ତି ମହାଯଜ୍ଞ କରାଯିବା ସଙ୍ଗେସଙ୍ଗେ ମାଁଙ୍କ ନାମରେ 1008 ଆହୁତି ପ୍ରଦାନ କରାଯିବା ସହ ପୂର୍ଣ୍ଣାହୁତି ର ଶେଷ ହୋଇଥିବା ଦେଖିବାକୁ ମିଳିଥାଏ,51 ଜଣ ପଣ୍ଡିତ ମାନଙ୍କୁ ନେଇ ହୋଇ ଥିବା ଯଜ୍ଞର ମୁଖ୍ୟ ହୋତାଭାବେ ପଣ୍ଡିତ ଗୋବିନ୍ଦ ପ୍ରସାଦ ଶତପଥୀ ଆହୁତି ପ୍ରଦାନ କରିଥିବା ବେଳେ ମାଙ୍କର ଚଣ୍ଡୀ ପାଠ ବେଦ କରିଥିଲେ ପଣ୍ଡିତ ତୋଷି କାନ୍ତ ପାଢ଼ୀ, ଏବଂ ପଣ୍ଡିତ ତୋଷି କାନ୍ତ ପାଢୀ ଓ ପଣ୍ଡିତ ଅଭିମନ୍ୟୁ ପଣ୍ଡା ଙ୍କ ଦ୍ଵାରା ଯଜ୍ଞର ପରିଚାଳନା କରିବା ସହ ଯଜ୍ଞ ର ତଦାରଖ କରିଥିଲେ ପଣ୍ଡିତ ମନୋରଞ୍ଜନ ପାଢ଼ୀ, ପଣ୍ଡିତ ରବିନାରାୟଣ ପାଢ଼ୀ, ପଣ୍ଡିତ ରବି ନାରାୟଣ ଶତପଥୀ,ପଣ୍ଡିତ ବାବୁଲି ଶତପଥୀ ଙ୍କ ସମେତ ବହୁତ ପଣ୍ଡିତ ମାନଙ୍କୁ ନେଇ ମା ଦକ୍ଷିଣ ଚଣ୍ଡୀଙ୍କର ପଞ୍ଚକୁଣ୍ଡୀୟ ବିଶ୍ଵ ଶାନ୍ତି ମହାଯଜ୍ଞ କାର୍ଯ୍ୟ ସମାପନ କରାଯାଇଥିଲା
ଏହି ଶୈବପୀଠ ମାଁ ଭକ୍ତଙ୍କ ଦୁଃଖ ଗୁହାରି ମନସ୍କାମନା ପୂରଣ ହୋଇଥାଏ,ଏଇ ମା’ଙ୍କ ପିଠରେ ହଜାର ହଜାର ଭକ୍ତ ମାନଙ୍କ ସମାଗମ୍ ଦେଖିବାକୁ ମିଳିଥାଏ ଭକ୍ତ ମାନେ ଏଇ ମା’ଙ୍କ ପୀଠ ମା ଦକ୍ଷିଣ ଚଣ୍ଡୀଙ୍କର ପ୍ରାଙ୍ଗଣରେ ପହଞ୍ଚି ମାଁ ଙ୍କୁ ଦର୍ଶନ କରିବା ସହ ପ୍ରସାଦ ସେବନ କରି ନିଜ ନିଜ ଘରକୁ ଯାଇଥାନ୍ତି ଦେଖିବାକୁ ମିଳିଛି,ଯଜ୍ଞ କମିଟିର ମୁଖ୍ୟ ଅତିଥି ଲିଙ୍ଗରାଜ ପାଣିଗ୍ରାହୀ ଓ ମା’ଙ୍କ ର ପୂଜକ ଉପେନ୍ଦ୍ର ନାଥ ପଣ୍ଡା , ଏବଂ ପଣ୍ଡିତ ମାନଙ୍କୁ ନେଇ ଓ କମିଟିର ସଦସ୍ୟ ଲକ୍ଷ୍ମଣ କୁମାର ନାୟକ,ଉଦୟ ନାଥ ପୃଷ୍ଟି, ବୃନ୍ଦାବନ ବେହେରା ଓ ଡାଲଙ୍ଗ ଗ୍ରାମର ଗ୍ରାମବାସୀମାନେ ଉପସ୍ଥିତ ରହି ମା ଦକ୍ଷିଣ ଚଣ୍ଡୀଙ୍କର ପଞ୍ଚକୁଣ୍ଡୀୟ ବିଶ୍ଵ ଶାନ୍ତି ମହାଯଜ୍ଞ ସୂଚାରୁରୂପେ ପାଳନ କରାଯାଇଥିଲା,
ବାଲେଶ୍ଵର ଜିଲ୍ଲା ଖଇରା ରୁ ଲୋଚନ ରାଉତ ଙ୍କ ରିପୋର୍ଟ