ବିଷାକ୍ତ ଜଳ ନେଲା ମାଛଙ୍କ ଜୀବନ

କଟକ,(ନାଗରାଜ ନ୍ୟୁଜ): ଟାଙ୍ଗୀ ଚୌଦ୍ଵାର ବ୍ଲକ କୟଳପଡା ପଞ୍ଚାୟତ ମହାନଦୀ ପାର୍ଶ୍ଵ ଚସାପଡ଼ା ଜୋର ମୁଁହାଣରେ ମରି ଭାସୂଚନ୍ତି କୁଇଣ୍ଟାଲ କୁଇଣ୍ଟାଲ ମାଛ ।ଆଉ କିଛି ମାଛ ନିଜର ଜୀବନ ବଞ୍ଚାଇବା ପାଇଁ ସଙ୍ଘର୍ଷ କରୁଛନ୍ତି । ଏପରି ଏକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ଚୌଦ୍ଵାର ଚଷାପଡା ରାସ୍ତା ଜୋର ମୁଁହାଣ ନିକଟରେ । ମରିଯାଇଥିବା ମାଛ ଗୁଡ଼ିକ ଚଷା ପଡ଼ା , ମଣ୍ଡପଡ଼ା ,ଓ କଟକ ମହାନଦୀ ବ୍ୟରେଜ୍ ନିକଟରେ ଭାସୁଥିବା ଦେଖା ଯାଇଛି । ଏକ ସାଙ୍ଗରେ ଟ୍ରକ୍ ଟ୍ରକ୍ ମାଛ ମରି ଭାସିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।ମାଛ ଗୁଡ଼ିକ ଦେଖିବା ପାଇଁ ନଦୀ କୂଳରେ ଲୋକଙ୍କର ଭିଡ଼ ଲାଗିଛି ।ତେବେ ଲଗାଣ ବର୍ଷା ହେବାରୁ ୫୫ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା କମ୍ପାନୀ ରୁ ନିର୍ଗତ ହେଉଥିବା ବିଷାକ୍ତ ବର୍ଜ୍ୟବସ୍ତୁ ଓ ବିଲଡର ମାନଙ୍କ ଦ୍ୱାରା ଆଖପାଖ ଅଞ୍ଚଳ ଜମି କିଣି ଖାଲୁଆ ଜମିରେ କୋଇଲା ଛାଇ, ସ୍ଲାକସ ପକାଇବା ହେତୁ ଛତିସା ପଟରୁ ମହନଦୀକୁ ନିଷ୍କାସନ ହେଉଥିବା ବର୍ଷା ଜଳ ବର୍ଜ୍ୟବସ୍ତୁ ସହ ମିଶି ପାଣି ବିଷାକ୍ତ ହେବାରୁ ମାଛ ଗୁଡ଼ିକ ମାରୁଥିବାର ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ସ୍ଥାନୀୟ ମାଛ ଧରାଳି ହଠାତ୍ ଏତେ ପରିମାଣ ର ମାଛ ମଢକକୁ ନେଇ ଉଦବେଗ ପ୍ରକାଶ କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ଦାବି କରିଛନ୍ତି ।

Leave a Reply

Your email address will not be published.