ଡାକ ବିଭାଗର ଏକ ନିଆରା ପ୍ରୟାସ ଡାକମେଳା

 ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଆଜି ଢେଙ୍କାନାଳ ଜିଲ୍ଲା ଢେଙ୍କାନାଳ ଡାକ ଉପ ମଣ୍ଡଳ ତରଫରୁ ଗଂଦିଆ ବ୍ଲକ ଗଂଦିଆପlଟଣା ଉପ ଡାକ ଘର ଠାରେ ଏକ ଡାକମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଡାକ ଉପ ମଣ୍ଡଳର ଡାକ ନିରୀକ୍ଷକ ସମୀର ସାହୁଙ୍କ ଅଧକ୍ଷତାରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଗଂଦିଆ ପାଟଣା ଉପଡ଼lକ ଘର ଅଧୀନ ସମସ୍ତ ଶାଖା ଡାକ ପାଳ ଅରୁଣ କୁମାର ପୁହାଣ ପ୍ରମୁଖ ଉପସ୍ଥିତ ଥିଲେ । ମେଳାରେ ଡାକ ବିଭାଗର ସମସ୍ତ ସ୍କ୍ରିମ ବିଷୟରେ ଏବଂ ଏହାର ଉପକାରିତା ବିଷୟ ରେ ଅବଗତ କରାଇଥିଲେ । ଜନ ସଚେତନତା ପାଇଁ ସମସ୍ତ ଉପରିଷ୍ଠ ଅଧିକାରୀ ଙ୍କ ସହ ସମସ୍ତ ବିପିଏମ ମାନେ ମିଶି ଏକ ପରିକ୍ରମାର ଆୟୋଜନ କରିବାସହ ବୀମା ପ୍ରଚାର ପତ୍ର ବଣ୍ଟନ କରିଥିଲେ । ଥାନା, ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ଶ୍ରୀରାମ ଚନ୍ଦ୍ର ପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ବିଭିନ୍ନ ବ୍ୟାଙ୍କ ଓ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଯାଇ ଡାକ ସେବା ବିଷୟରେ ଅବଗତ କରାଇଥିଲେ ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ 

Leave a Reply

Your email address will not be published.