ଜଳିଗଲା ଆଳୁ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

ବାଲେଶ୍ଵର,(ନାଗରାଜ ନ୍ୟୁଜ): ଚଳନ୍ତା ଟ୍ରକରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଏବଂ ହେଲପର । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଗୁଡିଖାଳ ଛକ ନିକଟରେ । ପଶ୍ଚିମବଙ୍ଗରୁ ବାଲେଶ୍ବର ଅଭିମୁଖେ ଆସୁଥିବା ଏକ ଆଳୁ ବୋଝେଇ ଟ୍ରକରେ ହଠାତ୍ ନିଆଁ ଲାଗି ଯାଇଥିଲା । ଟ୍ରକରେ ନିଆଁ ଲାଗିବା ପରେ ଡ୍ରାଇଭର ଏବଂ ହେଲପର ଟ୍ରକ ଛାଡି ଦୌଡି ପଳାଇ ଯାଇଥିଲେ । ନିମିଶକ ମଧ୍ଯରେ ଟ୍ରକଟି ଜଳିପୋଡି ପାଉଁଶ ହୋଇ ଯାଇଥିଲା । ଖବର ପାଇ ବସ୍ତା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇବା ଜାରି ରଖିଥିଲେ ମଧ୍ଯ ଟ୍ରକ ଟି ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଥିଲା ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.