ରାଉଲକେଲା ଗର୍ବ ଓ ଗୌରବ ଶୁଭଶ୍ରୀ ପ୍ରଧାନ

ରାଉଲକେଲା,(ନାଗରାଜ ନ୍ୟୁଜ): ଆସନ୍ତା ଜାନୁଆରୀ ମାସ ୧୨ ତାରିଖରେ ଥାଇଲାଣ୍ଡରେ ହେବାକୁ ଥିବା ଗ୍ଲୋବାଲ ଡାନ୍ସସର କଳଚ୍ୟୁରାଲ ଅଲମ୍ପିଆଡ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ରାଉରକେଲାରୁ ଶୁଭଶ୍ରୀଙ୍କୁ ଚୟନ କରାଯାଇଛି। ଶୁଭଶ୍ରୀ ଉକ୍ତ ପ୍ରତିଯୋଗିତା ଆଡିସନ୍ ପାଇଁ ଭରଚ୍ୟୁଆଲ ମୋଡରେ ହିପ୍ପଅପ,ଓଡ଼ିଶୀ, ଫୋଜ, ସମ୍ବଲପୁରୀ,ସେମି କ୍ଳାସିକାଲ ଭଳି ବିଭିନ୍ନ ନୃତ୍ୟ ପରିବେଷଣ କରି ଚୟନ ହୋଇଥିଲେ। ଏହା ପୂର୍ବରୁ ଶୁଭଶ୍ରୀ ବନାରସ ଫେଷ୍ଟିଭାଲ,କଲକତାର ହାୱଡ଼ା ମହୋତ୍ସବ ଧନ୍ୟବାଦ ଫେଷ୍ଟିଭାଲ,ପରିଚୟ ଓ ସ୍ପନ୍ଦନ ଭଳି ବିଭିନ୍ନ ଅନୁଷ୍ଠାନର ବାର୍ଷିକ ଉତ୍ସବରେ ତାଙ୍କର ନୃତ୍ୟର ଯାଦୁ ଦେଖାଇ ଦର୍ଶକଙ୍କୁ ମୁଗ୍ଧ କରିଛନ୍ତି। ଶୁଭଶ୍ରୀ ଜଗଦା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ନବମ ଶ୍ରେଣୀ ଛାତ୍ରୀ ଅଟନ୍ତି। ତାଙ୍କ ବାପା ଗଣେଶ୍ୱର ପ୍ରଧାନ ଜଣେ ଘରୋଇ ବସ୍ ଚାଳକ ଭାବେ କାମ କରୁଥିବାବେଳେ ମା ଟିକିନ ରାଣୀ ପ୍ରଧାନ ଗୃହିଣୀ ଭାବେ କାମ କରନ୍ତି। ଘରେ ସର୍ବଦା ଆର୍ଥିକ ଅଭାବ ଅନାଟନ ଲାଗି ରହିଥିବାବେଳେ ଶୁଭଶ୍ରୀଙ୍କ ପିଲାଟି ବେଳୁ ନୃତ୍ୟ ପ୍ରତି ଆଗ୍ରହ ଦେଖି ପରିବାର ଲୋକ ୟେଷ୍ଟର୍ଣ୍ଣ ଡାନ୍ସ ଗୁରୁ ଆନନ୍ଦ କୁମାର ସୁନା ଓ ଓଡ଼ିଶୀ ନୃତ୍ୟ ପାଇଁ ଗୁରୁ ମୃତ୍ୟୁଞ୍ଜୟ ବାସାଙ୍କୁ ଠାରୁ ନୃତ୍ୟ ଶିକ୍ଷା ଲାଭ କରିଥିଲେ। ଆନ୍ତର୍ଜାତୀୟ ସ୍ତରରେ ଡ୍ୟାନ୍ସର ପ୍ରତିଭା ଦେଖାଇ ରାଜ୍ୟ ତଥା ସହର ପାଇଁ ଗୌରବ ଆଣିବା ପାଇଁ ଶୁଭଶ୍ରୀ ଲକ୍ଷ୍ୟ ରଖିଛନ୍ତି। ପ୍ରତ୍ୟେକ ଶିଶୁ ତାଙ୍କ ଭିତରେ ଥିବା ଦକ୍ଷତାକୁ ପରଖି ନିଷ୍ଠା ସହ କଠୋର ପରିଶ୍ରମ କଲେ ସଫଳ ସୁନିଶ୍ଚିତ ମିଳିବ ବୋଲି ଶୁଭଶ୍ରୀ ଙ୍କ ମା କହିଥିଲେ। ଜାନୁଆରୀ ୯ ତାରିଖରେ ଶୁଭଶ୍ରୀ ୟେଷ୍ଟଣ୍ଣ ଡ୍ୟାନ୍ସ ଗୁରୁ ଆନନ୍ଦ ଙ୍କ ସହ କଲିକତାରୁ ଥାଇଲାଣ୍ଡକୁ ଯାତ୍ରା କରିବେ ।

Leave a Reply

Your email address will not be published.