ପ୍ରଧାନମନ୍ତ୍ରୀଙ୍କ ମନକୀ ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ

କଟକ,(ନାଗରାଜ ନ୍ୟୁଜ): କଟକ ସିଡିଏ ସ୍ଥିତ ଟାକ୍ସବାର କାର୍ଯ୍ଯାଳୟ ଠାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମନକୀ ବାତ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ବହୁ ନେତା ଏବଂ କର୍ମୀମାନେ ପ୍ରଧାନମନ୍ତ୍ରୀଙ୍କର ମନକୀ ବାତ କୁ ଶୁଣିଥିଲେ। ବି ଜେ ପି ନଗର ସଭାପତି ଲଲାଟେନ୍ଦୁ ବଡୁଙ୍କର ପରିଚାଳନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମନକୀ ବାତ କାର୍ଯ୍ୟକ୍ରମକୁ ଉଦଘାଟନ କରି କହିଲେ ମୋଦୀ ସରକାର କ୍ଷମତାକୁ ଆସିବା ପରେ ଦେଶରେ ବିଭିନ୍ନ କ୍ଷେତ୍ରରେ ପ୍ରଗତି ହୋଇଛି। ମୋଦୀଙ୍କୁ ନେଇ ଭାରତ ସମଗ୍ର ବିଶ୍ବରେ ଗର୍ବ ଅନୁଭବ କରୁଛି। ତାଙ୍କର ଲୋକପ୍ରିୟତା ସମଗ୍ର ବିଶ୍ବରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଶ୍ବରେ କରୋନାର ନିୟନ୍ତ୍ରଣ କ୍ଷେତ୍ରରେ ମୋଦୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଭାରତରେ କରୋନାକୁ ନିୟନ୍ତ୍ରଣ କରିଥିଲେ ଯାହାକି ଅନ୍ୟ ଦେଶପାଇଁ ଏକ ଉଦାହରଣ ହୋଇ ରହିବ। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ୨୦୦ କୋଟିରୁ ଉର୍ଦ୍ଧ୍ଵ କରୋନା ଟୀକା ଦିଆଯାଇସାରିଲାଣି। ଭାରତ ମଧ୍ୟ ବିଦେଶକୁ କରୋନା ଟୀକା ରପ୍ତାନୀ କରୁଛି। ମୋଦୀଜିଙ୍କର ମନକୀ ବାତ ଏକ ସଫଳ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର ୧୪୦ କୋଟିରୁ ଉର୍ଦ୍ଧ୍ଵ ଲୋକଙ୍କ ସହିତ ମୋଦୀ ସିଧାସଳଖ କଥା ହୋଇପାରୁଛନ୍ତି। କେତେକ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସଜ୍ଜନ ଶର୍ମା, ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ, ଶ୍ରୀତମ ଦାସ। ଡ: ପ୍ରବୋଧ ମହାପାତ୍ର, ପ୍ରବୀଣା ମହାପାତ୍ର, ସ୍ମୃତିରେଖା ଦାସ, ଆଇନଜୀବୀ ସୌରବନ୍ଧୁ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Leave a Reply

Your email address will not be published.