ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ସୁନ୍ଦରଗଡ଼

ବାଲେଶ୍ୱର, (ନାଗରାଜ ନ୍ୟୁଜ): ଗଳ୍ପ ଓ ପ୍ରବନ୍ଧର ବିକାଶ ନିମନ୍ତେ ଗଠିତ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ସାରା ଓଡିଶାରେ ପକାଇଛି ଚହଳ । ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଗଦ୍ଯ ସାହିତ୍ୟର ବିକାଶ ପାଇଁ ଯତ୍ନବାନ ହୋଇ ଉଠିଛି ଅନୁଷ୍ଠାନ । ଏଥିପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ମୋ ଅନୁଷ୍ଠାନ ସୁପରିଚିତ । ଗଦ୍ଯ ସାହିତ୍ୟର ବିକାଶ ପାଇଁ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଖଇରା, ବାଲେଶ୍ବର ଦ୍ବାରା ରାଜ୍ୟ ସ୍ତରୀୟ ସାପ୍ତାହିକ, ପାକ୍ଷିକ ଓ ମାସିକ ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି । ଯେଉଁଥିରେ କି ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ସାହିତ୍ୟିକା /ସାହିତ୍ୟିକ ମାନେ ଭାଗନେଇ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥାନ୍ତି ଏବଂ ବେଳେ ବେଳେ ପୁରସ୍କୃତ ମଧ୍ୟ ହୋଇଥାନ୍ତି । ସେହି ପରିପ୍ରେକ୍ଷୀରେ ଗତ ତା ୦୧/୦୨/୨୨ରିଖ ରାଜ୍ୟ ସ୍ତରୀୟ ଗଳ୍ପ ପ୍ରତିଯୋଗିତା ହୋଇଥିଲା, ଯାହାର ପ୍ରସଙ୍ଗ( ଗଳ୍ପ) ଥିଲା- ” ଠିକ୍ ଚିହ୍ନରେ ମୋହର ମାର ” । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସୁସ୍ମିତା ମହାପାତ୍ର, ସୁନ୍ଦରଗଡ଼, ମାଧବୀ ପଟେଲ, ଝାରସୁଗୁଡା, ରଞ୍ଜୁଲତା ପାଢ଼ୀ, ସୁନ୍ଦରଗଡ଼, ଅନ୍ନପୂର୍ଣ୍ଣା ସାହୁ, ଖୋର୍ଦ୍ଧା, ପ୍ରିୟମ୍ବଦା ରାଉତ, ମାଲକାନଗିରି ଓ ଭାରତୀ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ଯାହାର ଫଳାଫଳ ପାଇଛି ପ୍ରକାଶ, ଅନୁଷ୍ଠାନର ମୁଖ୍ୟ ସମୀଏ ନାରାୟଣ ଚନ୍ଦ୍ର ସେନାପତିଙ୍କ ସମୀକ୍ଷାରୁ ରଞ୍ଜୁଲତା ପାଢ଼ୀ ପ୍ରଥମ, ସୁସ୍ମିତା ମହାପାତ୍ର ଦ୍ବିତୀୟ ଓ ମାଧବୀ ପଟେଲ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଗଦ୍ୟ ସାହିତ୍ୟର ଉନ୍ନତି ପାଇଁ କେତେ ଜଣଙ୍କୁ ଅନୁଷ୍ଠାନ ବର୍ତ୍ତମାନ ମାସକୁ ୩୦୦ଟଙ୍କା ସାହିତ୍ୟ ପ୍ରୋତ୍ସାହନ ରାଶି ଓ ପ୍ରମାଣ ପତ୍ର ପ୍ରଦାନ କରୁଛି । ଆଗାମୀ ଦିନରେ ୩୦୦ଟଙ୍କା ପରିବର୍ତ୍ତେ ୫୦୦ଟଙ୍କା ପ୍ରଦାନ ନେଇ ଲକ୍ଷ୍ୟ ରଖିଛି ଅନୁଷ୍ଠାନ । ଗଦ୍ଯ ସାହିତ୍ୟ କେମିତି ଅଧିକରୁ ଅଧିକ ଉନ୍ନତି କରିବ ସେଥିପାଇଁ ସାହିତ୍ୟ ସାଧକ/ସାଧିକା ମାନଙ୍କ ମନେରେ ଉତ୍ସାହ ସୃଷ୍ଟି କରିବା ପାଇଁ ଏ ପ୍ରୋତ୍ସାହନ ରାଶି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଉଛି ବୋଲି ସମ୍ପାଦକ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ଏଥିସହିତ ପ୍ରତି ମାସର ୧ ତାରିଖରେ ଅନୁଷ୍ଠାନ ଦ୍ବାରା ଫଟୋ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହେଉଛି ଏବଂ ସେଥିରେ ମଧ୍ୟ ବେଳେ ବେଳେ ପୁରସ୍କାର ରାଶି ମଧ୍ୟ ଦିଆଯାଉଛି । ତେଣୁ ସମସ୍ତଙ୍କୁ ନିବେଦନ ଆସନ୍ତୁ ସମସ୍ତେ ମିଳିମିଶି ଗଦ୍ଯ ସାହିତ୍ୟର ଉନ୍ନତି ନିମନ୍ତେ ନିଜକୁ ସାମିଲ କରି ମୋ ଅନୁଷ୍ଠାନ ଉନ୍ନତି ଚିନ୍ତା କରିବା ।

 

Leave a Reply

Your email address will not be published.