ବାଲେଶ୍ୱର, (ନାଗରାଜ ନ୍ୟୁଜ): ସେପ୍ଟେମ୍ବର ୧୭ ତାରିଖ ଶୁକ୍ରବାର ଥିଲା ପବିତ୍ର ବିଶ୍ୱକର୍ମା ପୂଜା । ଏହି ଉପଲକ୍ଷେ ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପକୁ ଅନେକ କବିତା ଆସିଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସାହିତ୍ୟ ବିଶ୍ୱକର୍ମାମାନେ ସେମାନଙ୍କ କଲମ ମୁନରୁ ସୃଷ୍ଟି ସୁନ୍ଦର ସୁନ୍ଦର କବିତା ପ୍ରେରଣ କରିଥିଲେ । ସେଥିମଧ୍ୟରୁ ଛବିରାଣୀ ପତି, ଶୈଳବାଳା ନାୟକ, ବାସନ୍ତୀ ଲତା ଜେନା, ରଞ୍ଜିତା ସାହୁ, ଭାରତୀ ସାହୁ, ରୁକ୍ମଣୀ ସାହୁ, ପ୍ରିୟମ୍ବଦା ରାଉତ, ସ୍ୱପ୍ନା ମହାନ୍ତି, ସଞ୍ଜୁକ୍ତା ସାହୁ, ଉର୍ବଶୀ ଦାଶ(ପତି), ରଞ୍ଜୁଲତା ପାଢୀ, ଉର୍ମିଳା ମହାପାତ୍ର, ସୁଲୋଚନା ବେହେରା, ମଧୁସୂଦନ ମିଶ୍ର ଓ ଅମୂଲ୍ୟ ଦାଶ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ ।
ସମସ୍ତ କବିତା ଗୁଡିକୁ କୁମୁଦିନୀ ବେହେରା(ଶିକ୍ଷୟିତ୍ରୀ ଓ କବୟିତ୍ରୀ), ଅନୁଗୋଳ, ମାଧୁରୀ ମିଶ୍ର(ଶିକ୍ଷୟିତ୍ରୀ ଓ କବୟିତ୍ରୀ) ଦ୍ୱାରା ସମୀକ୍ଷା କରାଯାଇଥିଲା । ଉଭୟଙ୍କ ସମୀକ୍ଷାକୁ ଶିକ୍ଷକ, ଦକ୍ଷ ସାହିତ୍ୟିକ ଏବଂ ଅନୁଷ୍ଠାନର ମୁଖ୍ୟସମୀକ୍ଷକ, ମାର୍ଗଦର୍ଶକ ଓ ସଭାପତି ନାରାୟଣ ଚନ୍ଦ୍ର ସେନାପତି ପୁନର୍ବାର ସମୀକ୍ଷା କରିଥିଲେ । ସେନାପତିଙ୍କ ଶେଷ ସମୀକ୍ଷାରୁ ସାହିତ୍ୟ ବିଶ୍ୱକର୍ମା ଭାରତୀ ସାହୁଙ୍କୁ ପ୍ରଥମ ସ୍ଥାନ ଓ ରଞ୍ଜୁଲତା ପାଢୀଙ୍କୁ ଦ୍ୱିତୀୟ ସ୍ଥାନ ମିଳିଛି । ଅନ୍ୟ ସାହିତ୍ୟ ବିଶ୍ୱକର୍ମାମାନଙ୍କୁ ” ମୋ ଅନୁଷ୍ଠାନ” ପରିବାର ତରଫରୁ ୩ୟ ସ୍ଥାନରେ ସମ୍ମାନିତ କରାଯାଇଛି । ଯାହା ଅନୁଷ୍ଠାନର ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଛନ୍ତି ।