ବାଙ୍କି: ମିଲର ମନମାନି ଯୋଗୁଁ ମଣ୍ଡିରୁ ଧାନ ଉଠୁନି ବୋଲି ଚାଷୀଙ୍କ ଅଭିଯୋଗ ରହିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବାଙ୍କୀ ବ୍ଲକ ଓସ୍ତିଆ ପଂଚାୟତ ସେବା ସମବାୟ ସମିତିରେ । ଏହି ସମିତିରୁ ଏସକେଡି ନାମକ ମିଲର ଧାନ ଉଠାଇବା ପାଇଁ ନିୟମ ରହିଛି । ହେଲେ ଚାଷୀଙ୍କ ଅଭିଯୋଗ ଏହି ଏସ କେଡି ନାମକ ମିଲର ସଠିକ ସମୟରେ ଆସୁନଥିବା ଯୋଗୁଁ ଚାଷୀଙ୍କ ଧାନ ମଣ୍ଡିରେ ପଡ଼ିରହୁଛି । ଅଭିଯୋଗ ପରେ ମିଲର ବାବୁ ମନ ହେଲେ ଧାନ ଆସି ନେଉଛନ୍ତି ନହେଲେ ନାହି ବୋଲି ଚାଷୀ ଅଭିଯୋଗ କରିଛନ୍ତି । ଯାହାକି ଏବେ ଚାଷୀ ରବି ଫସଲର ଦାଳୁଅଧାନ ଅମଳ କରି ବିକ୍ରି କରିବା ପାଇଁ ମଣ୍ଡିକୁ ଆଣି ସକାଳୁ ବହୁ ସମୟ ଅପେକ୍ଷା କରି ବସିଛନ୍ତି ହେଲେ ମିଲରର ଦେଖା ନାହିଁ ବୋଲି ଶୁଣିବାକୁ ମିଳିଛି । ପ୍ରତିବର୍ଷ ମିଲର ବାବୁ ନିଜର ମନମୁଖୀ ଶାସନ ହେତୁ ନିରିହ ଚାଷୀ ବଳି ପଡୁଛନ୍ତି । ଏହିଭଳି ଚାଷୀ ବାବୁଙ୍କ ମନମୁଖୀ କାର୍ଯ୍ୟ ଦ୍ବାରା ଅତିଷ୍ଟ ହୋଇ ମିଲରର ବଦଳି ପାଇଁ ଦାବି କରିଛନ୍ତି ।