ଡକାୟତି ଯୋଜନା ପଣ୍ଡ, ପୋଲିସ ପଞ୍ଝାରେ ଦୁଇ ଡକାୟତ

ସୁନ୍ଦରଗଡ଼, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ସହରରେ ଚୋରି ଡକାୟତି ଦିନକୁଦିନ ବଢ଼ି ଚାଲିଛି । ଆଜି ରାଜଗାଙ୍ଗପୁର ପୋଲିସ ତତ୍ପରତା ଦେଖାଇବାରୁ ଟୋଲଗେଟ ନିକଟସ୍ଥ ପେଟ୍ରୋଲ ପମ୍ପ ରେ ଡକାୟତି ଯୋଜନା କୁ ପଣ୍ଡ କରିବାରେ ସଫଳ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ , ଗୁପ୍ତ ସୂଚନା ପାଇଥିଲେ ଯେ ଟୋଲଗେଟନିକଟରେ ଥିବା ପେଟ୍ରୋଲ ପମ୍ପ ରେ ଡକାୟତି ଯୋଜନା କରାଯାଇଛି। ସୂଚନା କୁ ଗୁରୁତ୍ବ ଦେଇ ରାଜଗାଙ୍ଗପୁର ପୋଲିସ ଏବଂ କାନ୍ସବାହାଲ ଫାଣ୍ଡି ଅଧିକାରୀ ମିଳିତଭାବେ ସତର୍କତା ସହିତ ଗାଡିଗୁଡିକୁ ଯାଞ୍ଚ୍ କରୁଥିଲେ। ଠିକ୍ ଏହି ସମୟରେ ମନ୍ଦିରିଆ ଡିଆମ ପଟୁ ଲାଇଙ୍ଗ ଆଡ଼କୁ ଦୁଇଜଣ ଯୁବକ ଏକ ମଟରସାଇକେଲରେ ଆସୁଥିବା ବେଳେ ପୋଲିସ ସନ୍ଦେହ କରି ସେମାନଙ୍କୁ ଯାଞ୍ଚ୍ କରିବାରୁ ସେମାନଙ୍କ ପାଖରୁ ଜୀବନ୍ତ ଗୁଳି ଏବଂ ଏକ ଦେଶୀ ପିସ୍ତଲ ଜବତ କରିଥିଲା । ପରେ ପୋଲିସ ସେମାନଙ୍କୁ ଥାନା କୁ ଆଣି ଅଧିକ ପଚରାଉଚରା କରିବାରୁ ପେଟ୍ରୋଲ ପମ୍ପ ଡକାୟତି ଯୋଜନା କୁ ସ୍ବିକାରକରିବା ସହିତ ସେମାନଙ୍କ ଅନ୍ୟସହଯୋଗୀ ଫେରାର ହୋଇଥିବା କଥା ମଧ୍ୟ ସ୍ବିକାର କରିଥିଲେ। ପରେ ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ଫେରାର ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ରାଜଗାଙ୍ଗପୁର ପୋଲିସ ସତର୍କ ଦୃଷ୍ଟି ରଖି ଅନୁସନ୍ଧାନ କରୁଥିବା ଏସଡିପିଓ ଶଶାଙ୍କ ଶେଖର ବେଉରା କହିଛନ୍ତି ।

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ

Leave a Reply

Your email address will not be published.