ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଏସସିବିରେ ପହଁଚିଛି ଜଗା

କଟକ, (ନାଗରାଜ ନ୍ୟୁଜ): କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଏସସିବିରେ ପହଁଚିଛି। ଏସସିବି ର ସ୍ୱତନ୍ତ୍ର ଟ୍ରମା କେୟାର ୟୁନିଟ ରେ ରଖାଯାଇଛି ଜଗାକୁ । ଏସସିବି ମେଡ଼ିକାଲରେ ଜଗାର ସିଟି ସ୍କାନ ଓ ଏମଆରଆଇ କରାଯାଇଛି। ଆଜି ସନ୍ଧ୍ୟାରେ ଦିଲ୍ଲୀ ଏମନ୍ସର ନ୍ୟୁରୋ ସର୍ଜନ ବିଶେଷଜ୍ଞ ଡାକ୍ତର ଦୀପକ ଗୁପ୍ତା ଏସସିବିରେ ପହଞ୍ଚିବେ। ଦୁଇ ଦିନିଆ ଓଡିଶା ଗସ୍ତରେ ଥିବା ଡାକ୍ତର ଦୀପକ ଗୁପ୍ତା ଜଗାର ସ୍ୱାସ୍ଥ୍ୟ ପରୀକ୍ଷା କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଡ଼ା ମୁଣ୍ଡ ଶିଶୁ ଜଗା ବଳିଆଙ୍କୁ ଅସ୍ତ୍ରୋପଚାର ପାଇଁ ଦିଲ୍ଲୀ ପଠାଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଡ଼ା ମୁଣ୍ଡ ଶିଶୁଙ୍କର ଚିକିତ୍ସା ପାଇଁ ସମସ୍ତ ଖର୍ଚ୍ଚ କରାଯାଇ ଥିଲା । ଏମସରେ ଦୀର୍ଘ ଦିନ ରହିବା ପରେ ସେଠାରୁ ଫେରି ଏସସିବିରେ ରହିଥିଲେ। ଜଗା ସୁସ୍ଥ ହୋଇ ଯାଇଥିବା ବେଳେ ବଳିଆକୁ କିନ୍ତୁ ବଞ୍ଚାଇପାରି ନଥିଲେ ଡାକ୍ତର। ଜାଗା ମୁଣ୍ଡରେ ଖପୁରୀ ପ୍ରତ୍ୟରୋପଣ କରାଯିବା ନେଇ ଏମନ୍ସ ଡାକ୍ତର ଅନୁଧ୍ୟାନ କରିବେ । କାରଣ ଯୋଡ଼ା ମୁଣ୍ଡରୁ ଅଲଗା ହେବା ଦିନଠାରୁ ଜାଗା ମୁଣ୍ଡ ର ଖପୁରୀ ପ୍ରତ୍ୟରୋପଣ ହୋଇନାହିଁ । ମୁଣ୍ଡର ଖପୁରୀ ନଥିବାରୁ ସବୁବେଳେ ଏକ ହେଲମେଣ୍ଟ ପିନ୍ଧି ରହିବାକୁ ପଡୁଛି । ଜଗା ଏବେ ସୁସ୍ଥ ଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଜଗାର ବାପା ଭୂୟାଁ କହଁର। ଜଗାର ଚେକ ଅପ ପାଇଁ ଏସସିବି କତ୍ତୃପକ୍ଷ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରିଛନ୍ତି ।

Leave a Reply

Your email address will not be published.