ବିଦ୍ୟାଳୟ ପାଳନ କଲା ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ସମୟାନୁ ବର୍ତ୍ତିତା ଓ ଶୃଙ୍ଖଳିତ ଜୀବନ ହିଁ ବିଦ୍ୟାର୍ଥୀ ମାନଙ୍କ ସଫଳତାର ମାପ କାଠି ବୋଲି ଅତିଥି ମାନେ ମତବ୍ଯକ୍ତ କରିଛନ୍ତି । ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ବେଲଦାଣ୍ଡିଆ ଠାରେ ଥିବା କରୁଆ ଗଦାଧର କର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭିରାମ କାମିଳାଙ୍କ ପୌରହିତ୍ୟରେ ନବାଗତ ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ଅତିଥି ଭାବେ ବସ୍ତା ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା ସମାଜସେବୀ ଲକ୍ଷ୍ମୀଧର ଦାସ ବର୍ତ୍ତମାନର ଅଧ୍ୟକ୍ଷା ଅଞ୍ଜଳି ଦାସ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ ମଧ୍ଯରେ ଲୁକାୟିତ ପ୍ରତିଭା ଓ ଶୃଙ୍ଖଳିତ ଜୀବନର ଚଲାପଥ କୁସୁମିତ ହୋଇପାରିବ ବୋଲି କହିଥିଲେ । ବିଦ୍ଯାର୍ଥୀ ହେଉଛନ୍ତି ଦେଶର ସମ୍ପତି ଓ ଆସନ୍ତା କାଲିର ଭବିଷ୍ୟତ । ତେଣୁ ବଡ ମଣିଷ ହେବା ସହିତ ସଂସ୍କାରି ମଣିଷ ହୋଇ ସମାଜ ସୁଧାର ଆଣି ବିଦ୍ୟାଳୟ ଓ ଅଞ୍ଚଳ ପାଇଁ ଗର୍ବ ଗୌରବ ଅର୍ଜନ କରି ପାରିଲେ ସାର୍ଥକତା ମିଳିପାରିବ ବୋଲି ପିଲାଙ୍କ ଉଦ୍ଦେଶ୍ୟରେ ଆହ୍ଵାନ ଦେଇଥିଲେ । ବିଦ୍ୟାଳୟର ଉର୍ଦ୍ଧୁ ଶିକ୍ଷକ ରଫିରୁଦ୍ଦିନ ମଞ୍ଚ ଆହ୍ବାନ କରିଥିବା ବେଳେ ଶିକ୍ଷକ ଗୌରୀଶଙ୍କର ଦାସ ମଞ୍ଚ ପରିଚାଳନା କରିଥିଲେ । ଶିକ୍ଷକ ଗୌରାଙ୍ଗ ଚରଣ ରାଉତ, ଜନ୍ମେଜୟ ଅଣ୍ଡିଆ, ରାଜକିଶୋର ବାରିକ, ଦୀନକୃଷ୍ଣ କାମିଳା, ଅଣଶିକ୍ଷକ ଖୁଦିରାମ କାମିଳା, ଅମୀୟ ବାରିକ, ଅଭୟ କୁମାର ପ୍ରଧାନ ଓ ଶୁଭେନ୍ଦୁ ବାରିକ ପ୍ରମୁଖ କାର୍ଯ୍ୟକ୍ରମ, ପରିଚାଳନାରେ ସହଯୋଗ କରିଥିବାବେଲେ ଶିକ୍ଷକ ତ୍ରିଲୋଚନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.