ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ଅନୁଷ୍ଠିତ ହେଲା ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ,(ନାଗରାଜ ନ୍ୟୁଜ): ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଦ୍ୱିତୀୟ ସମନ୍ୱୟ ବୈଠକ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି। ରଥଯାତ୍ରା ସମୟରେ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ୫୦ଟି ଅତିରିକ୍ତ ଶଯ୍ୟା ବ୍ୟବସ୍ଥା କରାଯିବ। ବିଦ୍ୟୁତ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ୨୫୦ଟି ଏଲ ଇଡି ଲାଇଟ୍ ଲଯାଯିବ। ରେଳ ବିଭାଗ ପକ୍ଷରୁ ୪୦ଟି ସ୍ବତନ୍ତ୍ର ଟ୍ରେନ ସହ ୩୫ଟି ଅତିରିକ୍ତ ଟିକେଟ କାଉଣ୍ଟରର ବ୍ୟବସ୍ଥା କରାଯିବ। ପୈାର ପାଳିକା ସୀମା ମଧ୍ୟରେ ସମସ୍ତ ଭକ୍ତଙ୍କ ପାଇଁ ଜୁଲାଇ ୧ରୁ ୧୩ ପର୍ଯ୍ୟନ୍ତ ଦୁର୍ଘଟଣା ଜନୀତ ବୀମାର ଅନ୍ତର୍ଭୁକ୍ତ କରାଯାଇଛି। ସ୍ବାସ୍ଥ୍ୟ ବିଭାଗରେ ୭୦ ଟି ଡାକ୍ତରୀ ପଦବୀ ଖାଲି ପଡିଥିବା ବେଳେ ୧୫ଟି ପଦବୀ ପୂରଣ ହୋଇଛି। ବଡଦାଣ୍ଡର ବିଭିନ୍ନ ସ୍ଥାନରେ ୧୪ଟି ଆଶୁ ଚିକିତ୍ସା କେନ୍ଦ୍ର ଓ ୨୯ଟି ଆମ୍ବୁଲାନ୍ସ ମୃତୟନ କରାଯିବ।ପ୍ରାଇଭେଟ୍ ଆମ୍ବୁଲାନ୍ସର ଚଳପ୍ରଚକୁ ନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ। ମହାମାରୀ ନିରାକରଣ, ଜଳ ବିଶ୍ଳେଷଣଗାର ଓ ଖାଦ୍ୟ ଅପମିଶ୍ରଣ ରୋକିବା ପାଇଁ ୬ଜଣ ଫୁଡ ଇନ୍ସପେକ୍ଟର ମୃତୟନ ହେବେ। ସହରର ଅଧିକାଂଶ ବଡ ନାଳ ସଫା କରାଯାଇଛି। ସେହିପରି ୩୪୯ଟି ଛୋଟ ବଡ ନାଳ ସଫା କରାଯାଇଛି। ୧୪ଟି ସ୍ଥାନରେ ଜଳ ନିଷ୍କାସନ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ୱଟର ପମ୍ପର ବ୍ୟବସ୍ଥା କରାଯିବ। ବିଭିନ୍ନ ସ୍ଥାନରେ ୮୭୨ଟି ଷ୍ଟ୍ରୀଟ ଲାଇଟ, ୩୪୯ଟି ଏଲ ଇଡି ଲାଇଟ, ୨୩ଟି ପାର୍କିଂ ସ୍ଥଳ ଓ ୭ଟି ଭ୍ରାମ୍ୟମାଣ ଟଏଲେଟର ବ୍ୟବସ୍ଥା କରାଯିବ ।

ୱଟକୋ ପକ୍ଷରୁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରୀ କରିବା ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ସମୟରେ ନିରବଚ୍ଛିନ୍ନ ଜଳଯୋଗାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ। । ଆରଡବ୍ଲୁଏସଏସ୍‌ ପକ୍ଷରୁ ୪୨୭ ଟି ନଳକୂପର‌ ବ୍ୟବସ୍ଥା ସହ ୩୫ଟି ପାଇପ ଜଳଯୋଗାଣ ପ୍ରକଳ୍ପ ମଧ୍ୟରେ ଜଳଯୋଗାଣ ହେବ ବୋଲି ସୂଚନା ଦିଆଯାଇଛି। ବିଦ୍ୟୁତ ଯୋଗାଣ ବିଭାଗ ପକ୍ଷରୁ ତିନୋଟି ଗ୍ରୀଡ ଷ୍ଟେସନ ମାଧ୍ୟମରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ହେବ ବୋଲି କୁହାଯାଇଛି। କୈାଣସି ଅଭିଯୋଗ ପାଇଁ ୦୬୭୫୨୨୨୩୫୨୧ କାର୍ଯ୍ୟ କରିବ। ଚଳିତ ବର୍ଷ ରଥଯାତ୍ରାରେ ୪୦ଟି ସ୍ବତନ୍ତ୍ର ଟ୍ରେନ ସହ ରଥଯାତ୍ରା ଠାରୁ ସୁନାବେଶ ମଧ୍ୟରେ ୧୩୭ଟି ଅତିରିକ୍ତ ଟ୍ରେନ୍ ଚଳାଚଳ କରିବ। ପ୍ରତି ଟ୍ରେନରେ ୧୫୦ଟି ଅଧିକ କୋଚ୍, ୫୦୦ ଆରପିଏଫ କର୍ମଚାରୀ ମୃତୟନ ରହିବେ। ୩୫ଟି ଅତିରିକ୍ତ ଟିକେଟ କାଉଣ୍ଟରର ବ୍ୟବସ୍ଥା କରାଯିବ। ଦେବସ୍ନାନ ପୂର୍ଣ୍ଣିମା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ପାଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଆଇନଶୃଙ୍ଖଳା ଏଡିଜି ସୂଚନା ଦେଇଛନ୍ତି। ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ବ୍ୟବସ୍ଥା ସୁପରିଚାଳନା, ଆଇନଶୃଙ୍ଖଳା ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିବ ପୋଲିସ। ୨୦୨୨ ରଥଯାତ୍ରାକୁ ନେଇ ଏକ ସ୍ବତନ୍ତ୍ର ୱେବସାଇଟ ଓ ମୋବାଇଲ ଆପ୍ ପ୍ରସ୍ତୁତ କରାଯିବ ବୋଲି ବୈଠକରେ ଜିଲ୍ଲାପାଳ ସୂଚନା ଦେଇଥିଲେ। ବୈଠକରେ ଆରଡିସି, ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ପୁରୀ, ବ୍ରହ୍ମଗିରି ଓ ସତ୍ୟବାଦୀ ବିଧାୟକ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ, ଆଇନ୍ ବିଭାଗ ପ୍ରମୁଖ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ ପ୍ରମୁଖ ମଞ୍ଚାସୀନ ଥିଲେ। ଏଥିସହ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତ, ବୁଦ୍ଧିଜୀବୀ, ସାମ୍ବାଦିକ ଉପସ୍ଥିତ ଥିଲେ।

Leave a Reply

Your email address will not be published.