ପୁଣି ଅଶାନ୍ତ ହୋଇଛି ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର ସମ୍ମୁଖରେ ଗୁଳି କରି ହତ୍ୟା

ପୁରୀ,(ନାଗରାଜ ନ୍ୟୁଜ): ପୁଣି ଅଶାନ୍ତ ହୋଇଛି ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିର ସମ୍ମୁଖରେ ଗୁଳି କରି ହତ୍ୟା କରାଯାଇଛି। ଲୋକନାଥଙ୍କ ସେବାୟତଙ୍କୁ ହୋଇଛି ଜିରୋ ରେଞ୍ଜରୁ ଗୁଳି। ଏମାର ମଠ ଚକଡ଼ାରେ ଟଳି ପଡ଼ିଲେ ଲୋକନାଥଙ୍କ ଯୋଗାଣିଆ ସେବାୟତ ତଳୁଚ୍ଛ ସାହିର ଶିବରାମ ପାତ୍ର ଓରଫ ଗୁଡ଼ୁ । ସେ ରବିନାରାୟଣ ପାତ୍ରଙ୍କ ବଡ଼ପୁଅ । ସେପଟେ ଗୁଳି କରି ଖସିଯାଇଥିବା ଅଭିଯୁକ୍ତକୁ ପୁଲିସ ଉଠାଇ ନେଇ ଅଟକ ରଖିଥିବା କହିଛନ୍ତି ଏସ୍‌ପି କେ. ବିଶାଲ୍ ସିଂହ । ତା ନାମ ଚନ୍ଦନ ବାରିକ ବୋଲି ସୂଚନା ଦେଇଛନ୍ତି। ଚନ୍ଦନ ଠାରୁ ଏକ ବନ୍ଧୁକ ଓ ଗୁଳି ଜବତ ହୋଇଛି । ଏହି ହତ୍ୟାକାଣ୍ଡ ଶ୍ରୀକ୍ଷେତ୍ରରେ ଆତଙ୍କ ଖେଳାଇ ଦେଇଛି । ଦିନକୁ ଦିନ ଧାର୍ମିକ ପୀଠ ପୁରୀ ସହର ଅସୁରକ୍ଷିତ ହୋଇପଡ଼ିଥିବା କୁହାଯାଉଛି। ଶିବରାମଙ୍କ ସମର୍ଥକମାନେ ଅଭିଯୁକ୍ତ ଚନ୍ଦନର ଘରକୁ ବାଡ଼େଇ ଭାଙ୍ଗିଥିଲେ। ତାଙ୍କ ବାପା ଲକ୍ଷ୍ମୀଧରଙ୍କୁ ମଧ୍ୟ ଗୋଡ଼ାଇ ଥିଲେ। ପୁଅ ଯଦି ଦୋଷ କଲା ମୋତେ କାହିଁକି ଆକ୍ରମଣ କରୁଛ କହି ଲକ୍ଷ୍ମୀଧର ଜୀବନ ବଞ୍ଚାଇବାକୁ ଥାନାକୁ ଦୌଡ଼ିଥିଲେ । ସାହିରେ ପୁଲିସ ଛାଉଣି ହୋଇଯାଇଥିଲା।

Leave a Reply

Your email address will not be published.