ନିଦ ହଜାଇଲାଣି ସିଲ୍‌ଭର ସିଟିର ଜାଇକା ପ୍ରକଳ୍ପ

କଟକ,(ନାଗରାଜ ନ୍ୟୁଜ): ନିଦ ହଜାଇଲାଣି ସିଲ୍‌ଭର ସିଟିର ଜାଇକା ପ୍ରକଳ୍ପ । ଏହି ପ୍ରକଳ୍ପ ଯୋଗୁଁ ଏବେ ଚିନ୍ତାରେ ଉବୁଟୁବୁ ହେଉଛନ୍ତି ସହରବାସୀ । ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ 10 ବର୍ଷ ଧରି ଜାଇକା ଯନ୍ତ୍ରଣାରେ ଜର୍ଜରିତ କଟକବାସୀ । ଶିଳାନ୍ୟାସକୁ ୧୦ ବର୍ଷ ପୁରିଥିଲେ ସୁଦ୍ଧା ଆଜି ଯାଏଁ ମଧ୍ୟ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରିଲା ନାହିଁ । କଟକର ବାଉନବଜାର ତେପନ ଗଳିରେ କେବଳ ଜାଇକାର ହିଁ କ୍ଷତ ଚହ୍ନ ରହିଛି ।ବିଶେଷକରି ମୌସୁମୀ ବର୍ଷା ସମୟରେ ଲୋକେ ନାନାବିଧ ସମସ୍ୟା ଭୋଗୁଛନ୍ତି । ଏହି ସମୟରେ ପ୍ରକଳ୍ପ ନିକଟରେ ନା ଅଛି ସୁରକ୍ଷା କଡ଼ନ ନା ମୁତୟନ ରହୁଛନ୍ତି ସୁରକ୍ଷା କର୍ମୀ । ଯେଉଁଥିପାଇଁ ଅନେକ ଲୋକେ ଆହତ ହେଉଥିବା ବେଳେ ଅନେକ ପ୍ରାଣ ଯାଉଛି । ଦିନ ବିତୁଥିଲେ ବି ପ୍ରକଳ୍ପ କାମ ଶେଷ ନହେବାକୁ ନେଇ କଟକବାସୀ କ୍ଷୋଭ ପ୍ରକାଶ କରିଛନ୍ତି । କଟକ ସହରରେ ଡ୍ରେନେଜ ଓ ସ୍ବରେଜ ବ୍ୟବସ୍ଥା ଉନ୍ନତି ଆଣିବା ପାଇଁ ୨୦୧୨ ମସିହାରୁ ଆରମ୍ଭ ହୋଇଥିଲା ଏହି ପ୍ରକଳ୍ପ । ୪ ବର୍ଷ ଭିତରେ ଅର୍ଥାତ ୨୦୧୬ରେ କାର୍ଯ୍ୟ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା । ୨୦୧୬ ସରି ୨୦୨୨ ର ଅଧା ସରିବାକୁ ବସିଥିଲେ ସୁଦ୍ଧା ଆହୁରି ସରିନି ଜାଇକା କାମ ।ତେବେ ଜାଇକାକୁ ନେଇ କଟକବାସୀଙ୍କ ପ୍ରଶ୍ନ ଉଠାଇବା ପରେ , ଜାଇକା ମୁଖ୍ୟ ଯନ୍ତ୍ରୀଙ୍କୁ ଭେଟି ଶୀଘ୍ର କାମ ସାରିବାକୁ ଦାବି କରିଛି କଟକ ନଗର କଂଗ୍ରେସ । କେବଳ ଜାଇକା ନୁହେଁ ବରଂ ବକ୍ସ ଡ୍ରେନ ସ୍ୱରେଜ କାମ କେବେ ସରିବ ତାହାକୁ ନେଇ ମଧ୍ୟ ଚିନ୍ତାରେ ରହିଛନ୍ତି ସହରବାସୀ ।

ଡ୍ରେନେଜ୍‌ ସମସ୍ୟା ଯୋଗୁଁ ଖାଲ ଖମାରେ ଭର୍ତ୍ତି ସହର ରାସ୍ତା ଉପରେ ପାଣି ଜମିଛି । ଅନ୍ୟପଟେ ଦିନକୁ 4 ଘଣ୍ଟା ଜାଇକା ପାଇଁ ସମୟ ମିଳୁଛି ଏବଂ କେବେ ସରିବ କାମ ତାହା ଡିସେମ୍ବର ସୁଦ୍ଧା କହିହେବ ବୋଲି କହିଛନ୍ତି ଜାଇକା ପ୍ରକଳ୍ପ ମୁଖ୍ୟଯନ୍ତ୍ରୀ । ପ୍ରକଳ୍ପ ପାଇଁ ଯେଉଁ ସମସ୍ୟା ବର୍ତ୍ତମାନ ଦୃଷ୍ଟିଗୋଚର ହେଉଛି ତାହାକୁ ଶୀଘ୍ର ସମାଧାନ କରାଯିବ । ଏହାଛଡା ସ୍ୱରେଜ ଓ ଡ୍ରେନେଜ ବ୍ୟବସ୍ଥା 2022 ଡିସେମ୍ବରରେ ଶେଷ ହେବ । ତେବେ ଲୋକଙ୍କ ମୁହଁରେ ଗୋଟିଏ ପ୍ରଶ୍ନ କେବେ ଶେଷ ହେବ ଜାଇକା ପ୍ରକଳ୍ପ । କେବେ ସରିବ ଏହି ଯନ୍ତ୍ରଣା ସେହି ଅପେକ୍ଷାରେ କଟକବାସୀ ।

Leave a Reply

Your email address will not be published.