ରବିବାର ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାର ବିଶେଷ ଆକର୍ଷଣ ଭଉଁରୀ ଉତ୍ସବ

ପୁରୀ, (ନାଗରାଜ ନ୍ୟୁଜ): ରବିବାର ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାର ବିଶେଷ ଆକର୍ଷଣ ଭଉଁରୀ ଉତ୍ସବ । ପାରମ୍ପରିକ ବାଦ୍ୟ ତଥା ଭଲ ଜୀବନର ପଟୁଆରରେ ଦେବଦେବୀ ନରେନ୍ଦ୍ର ଚକରରେ ପହଞ୍ଚିଛନ୍ତି । ପଞ୍ଚମହାଦେବଙ୍କ ସହ ରାମକୃଷ୍ଣ ଓ ମଦନମୋହନଙ୍କ ସହ ଲକ୍ଷ୍ମୀ ସରସ୍ଵତୀ ନରେନ୍ଦ୍ର ଜଳରେ ନନ୍ଦା ଓ ଭଦ୍ରାରେ ଅଧିଷ୍ଠିତ ହୋଇ ୨୧ ବାର ଚାପ କ୍ରୀଡ଼ା କରିଛନ୍ତି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ଧାର୍ଯ୍ୟ ଠାକୁରେ ବିମାନକୁ ଯିବା ସମୟ ଅପରାହ୍ଣ ସମୟ ରହିଥିବା ବେଳେ ବିମାନ ଉଠିବା ସମୟ ରହିଥିଲା ଅପରାହ୍ନ । ଏହି ଅବସରରେ ଠାକୁରଙ୍କ ଜଳଲାଗି, ଦିଅଁ ଚନ୍ଦନ କୁଣ୍ଡକୁ ବିଜେ, ଚନ୍ଦନ କୁଣ୍ଡକୁ ବାହାରିବା, ବେଶ, ଶୀତଳ ଭୋଗ, ମାଣ୍ଡୁଅ ଭୋଗ, ବିଡ଼ିଆ ମଣୋହି, ବନ୍ଦାପନା ଆଦି ନୀତି ଅନୁଷ୍ଠିତ ହୋଇଛି। ଏହାପରେ ମଦନମୋହନ, ଲକ୍ଷ୍ମୀ ସରସ୍ବତୀ ଓ ରାମକୃଷ୍ଣ ଶ୍ରୀମନ୍ଦିରକୁ ବାହୁଡା଼ ବିଜେ କରିଛନ୍ତି । ପଞ୍ଚମହାଦେବ ନିଜ ନିଜ ଆସ୍ଥାନକୁ ଫେରିଛନ୍ତି । ଏହି ଧାର୍ମିକ ସମାବେଶରେ ସାଧୁସନ୍ଥଙ୍କ ସହ ଶ୍ରଦ୍ଧାଳୁ ବୁଦ ଠାକୁରଙ୍କ ସାନ୍ନିଧ୍ୟ ଲଭିଛନ୍ତି । କରୋନା ମହାମାରୀ ଯୋଗୁ ଗତ ୨ ବର୍ଷ ଭଉଁରୀ ଉତ୍ସବରେ କଟକଣା ଥିଲା। ଚଳିତ ବର୍ଷ ବିପଦ ଟଳିବାରେ ଚନ୍ଦନ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହେଉଥିବା ସ୍ଥଳେ ଭଉଁରୀରେ ଅଧିକ ଭକ୍ତ ମାନଙ୍କ ଭିଡ଼ ପରିଲକ୍ଷିତ ହୋଇଛି ।

Leave a Reply

Your email address will not be published.